କୂଅରେ ପଡିଲେ ବୃଦ୍ଧ, ଦୁଇ ଘଣ୍ଟା ପରେ ଜୀବିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ
![](https://thetruths.in/wp-content/uploads/2022/06/old-man-rescued-firefighters.jpg)
ବାରିପଦା : ଦୁଇ ଘଣ୍ଟାରୁ ଉର୍ଦ୍ଧ୍ବ ହେବ କୂଅ ଭିତରେ ପଡ଼ିରହିଥିଲେ ଜଣେ ୭୦ବର୍ଷିୟ ବୃଦ୍ଧ। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଛି ଅଗ୍ନିଶମ ବାହିନୀ। ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସୁଲିଆପଦା ବ୍ଲକ ଧୋବଣୀ ଗାଁରେ।
ଖବର ଅନୁଯାୟୀ ଆଜି ସକାଳେ ଧୋବଣୀ ଗାଁର ପ୍ରହ୍ଲାଦ ଧୋଳ ନିଜ ଘର ବାଡ଼ି କୂଅରେ ଅସାବଧାନତା କାରଣରୁ ଖସି ପଡ଼ିଥିଲେ। ଚିତ୍କାର କରିବାରୁ ପରିବାର ଲୋକେ ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତାପରେ ଅଗ୍ନିଶମ ବାହିନୀଙ୍କୁ ଖବର ଦେବାରୁ ଅଗ୍ନିଶମ ବାହିନୀ ଆସି ବୃଦ୍ଧଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ବୃଦ୍ଧଙ୍କୁ ହସ୍ପିଟାଲ ପଠାଇ ଥିବାର ସୂଚନା ମିଳିଛି।