ଓଡିଶାର ପ୍ରଥମ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶ
କଳ୍ପନା ଦାଶଙ୍କ ଲାଗି କେବଳ ଓଡ଼ିଶା ନୁହଁ ପୂରା ଦେଶ ଆଜି ଗର୍ବିତ। ତାଙ୍କର ଶେଷ ଯାତ୍ରା ଥିଲା ହିମାଳୟ। ସେ ଛୁଇଁଥିଲେ ଏଭରେଷ୍ଟକୁ।
ଓଡିଶାର ପ୍ରଥମ ଏଭରେଷ୍ଟ ଆରୋହଣକାରୀର ମାନ୍ୟତା ପାଇଥିବା ଦିବଙ୍ଗତ କଳ୍ପନା ଦାଶଙ୍କ ସଫଳତା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ । ବିଫଳତାକୁ ପଛରେ ପକାଇ କିଭଳି ସଫଳତା ହାସଲ କରିହେବ କଳ୍ପନାଙ୍କ ଜୀବନ ଏହାର ଏକ ଜ୍ବଳନ୍ତ ଉଦାହରଣ । ଦୁଇ ଦୁଇ ଥର ଏଭରେଷ୍ଟ ଆରୋହଣରେ ବିଫଳ ହୋଇଥିଲେ ମଧ୍ୟ ନିରାଶ ନହୋଇ ତୃତୀୟ ପ୍ରଚେଷ୍ଟାରେ ସଫଳତା ହାସଲ କରିଥିଲେ କଳ୍ପନା । ୭ ଜୁଲାଇ ୧୯୬୬ରେ ଢେଙ୍କାନାଳରେ ଜନ୍ମଗ୍ରହଣ କରିଥିବା କଳ୍ପନା ପ୍ରଥମ ଓଡିଆ ମହିଳା ଭାବରେ ଏଭରେଷ୍ଟ ଆରୋହଣର ସଫଳତା ହାସଲ କରିଥିଲେ ।
ପେଶାରେ ଓକିଲ ରହିଥିବା କଳ୍ପନା ୩୫ ବର୍ଷରେ ପର୍ବତାରୋହଣ ଆରମ୍ଭ କରିଥିଲେ। କପିଳାସ ପର୍ବତରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏଭରେଷ୍ଟ ଗିରିଶୃଙ୍ଗରେ ସମାପ୍ତ ହୋଇଥିଲା । ୨୦୦୪ ଏବଂ ୨୦୦୬ ମସିହାରେ ପ୍ରତିକୂଳ ପାଗ ଯୋଗୁଁ ଏଭରେଷ୍ଟ ଚଢି ପାରିନଥିଲେ । ୨୦୦୪ରେ ୭୩୦୦ ମିଟର ଏବଂ ୨୦୦୬ରେ ୮୦୪୮ ମିଟର ପର୍ଯ୍ୟନ୍ତ ଚଢିଥିଲେ କଳ୍ପନା । ପ୍ରଥମ ଥର ଯୋତାରେ ସମସ୍ୟା ଏବଂ ଦ୍ବିତୀୟ ଥର ପ୍ରତିକୂଳ ପାଗ ଯୋଗୁଁ କଳ୍ପନାଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡିଥିଲା । ମାତ୍ର ଏହାଦ୍ବାରା କଳ୍ପନାଙ୍କ ଉତ୍ସାହ କମ୍ ହୋଇନଥିଲା । ୨୦୧୯ରେ ପୁନର୍ବାର କଳ୍ପନା ଚେଷ୍ଟା କରିବା ସହିତ ସଫଳ ହୋଇଥିଲେ । ମାତ୍ର ବିଧିର ବିଧାନଥିଲା ବିଚିତ୍ର ଏଭରେଷ୍ଟ ଚଢି ଫେରିବା ସମୟରେ ଅସୁସ୍ଥତା କାରଣରୁ ପ୍ରାଣ ହରାଇଥିଲେ କଳ୍ପନା । ବିଫଳତାରୁ ଶିକ୍ଷାଲାଭ କରି ସଫଳତା ହାସଲ କରିବା କଳ୍ପନାଙ୍କ ଜୀବନୀ ଆଜିର ଯୁବପିଢିଙ୍କୁ ପ୍ରେରଣା ଯୋଗାଇଥାଏ ।
ଓଡିଶାର ପ୍ରଥମ ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ମେ’୨୩ରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ୫୨ ବର୍ଷ ବୟସ ହୋଇଥିଲା। ଏଭରେଷ୍ଟରୁ ଓହ୍ଲାଇବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ୨୦୦୮ ରେ ଏଭରେଷ୍ଟ ଆରୋହଣ କରିବାକୁ ସଫଳ ହୋଇଥିଲେ କଳ୍ପନ। ତା’ ପୂର୍ବରୁ ୨୦୦୪ ଏବଂ ୨୦୦୬ରେ ଚେଷ୍ଟା କରିଥିଲେ କିନ୍ତୁ ପ୍ରତିକୂଳ ପାଗ ଏବଂ ଖରାପ ସ୍ୱାସ୍ଥ୍ୟବସ୍ଥା କାରଣରୁ ସେ ବିଫଳ ହୋଇଥିଲେ। କଳ୍ପନା ୧୯୬୬ ମସିହା ଜୁଲାଇ୭ ତାରିଖରେ ଓଡ଼ିଶାର ଢ଼େଙ୍କାନାଳରେ ଜନ୍ମ ଗ୍ରହଣ କରିଥିଲେ ।