ଓଡ଼ିଶାର ଲୌହ ମାନବୀ : ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ
ନାରୀ ହିଁ ସୃଷ୍ଟି। ନାରୀ କାଳେ କାଳେ କରି ଆସିଛି ନିଜ ଶ୍ରେଷ୍ଠତ୍ଵ ର ପ୍ରତିପାଦନ। ପୌରଣିକ ଯୁଗର ମାତା ସୀତା ହୁଅନ୍ତୁ କି ଏବେ ର ବିଜ୍ଞାନ ଯୁଗ ର ନାରୀ ପ୍ରତି ଟି କ୍ଷେତ୍ର ରେ ନିଜ ଉତ୍କର୍ଷତା ପ୍ରତିପାଦିତ କରିପାରିଛନ୍ତି। ଘରର ଚାରି କାନ୍ଥରୁ ବାହାରି ସମାଜର ପ୍ରତିଟି କ୍ଷେତ୍ର ରେ ନିଜକୁ ସାବ୍ୟସ୍ତ କରି ପରିଛନ୍ତି। ସେ ନିଜ ସନ୍ତାନ ପାଇଁ ସର୍ବଂସହା ମାଆ ହୋଇ ପାରେ ତ କର୍ମ କ୍ଷେତ୍ର ରେ ସାଜିପାରେ ତ୍ରାଣ କର୍ତ୍ତୀ। ସେ ସାଜି ପାରେ ମହାକାଶ ଅଭିଯାନର ମୁଖ୍ୟ, ଜଣେ ରାଷ୍ଟ୍ର ମୁଖ୍ୟ ସମଗ୍ର ଦେଶର ଅର୍ଥନୀତିକୁ ନିର୍ଦ୍ଧାରଣ କରୁଥିବା ଅର୍ଥ ମନ୍ତ୍ରୀ,ସେ ହୋଇ ପାରେ ପ୍ରଧାନ ମନ୍ତ୍ରୀ, ବହୁରାଷ୍ଟ୍ରୀୟ କମ୍ପାନୀର ମୁଖ୍ୟ ସେନାର କମାଣ୍ଡର, ସୁରର ମୁକୁଟ ବିହୀନ ମହାରାଣୀ ତ ପୁଣି ଦେଶର ଟେକ ରଖୁଥିବା ଜଣେ ଜଣେ ମହାନ ଖେଳାଳି।
ରାଜନୀତିରେ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହେଉଛନ୍ତି ନନ୍ଦିନୀ ଶତପଥୀ । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ନନ୍ଦିନୀ ଶତପଥୀ ଦୁଇ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିଛନ୍ତି । ଓଡ଼ିଶାର ଲୌହମାନବୀ ରୂପେ ପରିଚିତା ନନ୍ଦିନୀ ଶତପଥୀ ରାଜନୀତି ସହିତ ସାହିତ୍ୟରେ ମଧ୍ୟ ବେଶ୍ ସକ୍ରିୟତା ହାସଲ କରିଥିଲେ । ସେହିପରି ଓଡ଼ିଶାର ବିକାଶରେ ତାଙ୍କ ଭୂମିକା ଅପୂରଣୀୟ। ପିଲାବେଳୁ ଛାତ୍ର ଆନ୍ଦୋଳନରୁ ସେ ରାଜନୀତିରେ ପ୍ରବେଶ କରିଥିଲେ।
ନନ୍ଦିନୀ ଶତପଥୀ ୧୯୩୧ ମସିହା ଜୁନ୍ ୯ ତାରିଖରେ କଟକ ଜିଲାର ପିଠାପୁର ଠାରେ ଏକ ବିପ୍ଲବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଟଙ୍କା ବାପା ହେଉଛନ୍ତି ପଦ୍ମଭୂଷଣ ସାହିତ୍ୟିକ କାଳନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କ ଝିଅ। ଏହାସହ ତାଙ୍କ ଜେଜେ ସ୍ଵପ୍ନେଶ୍ଵର ପାଣିଗ୍ରାହୀ ଥିଲେ ଜଣେ ସ୍ଵାଧିନତା ସଂଗ୍ରାମୀ।
କଟକର ଝିଅ ନନ୍ଦିନୀ ଦେବୀ ଦେବେନ୍ଦ୍ର ଶତପଥୀଙ୍କୁ ବିବାହ କରି ଢେଙ୍କାନାଳର ବୋହୂ ହୋଇଥିଲେ। ଦେବେନ୍ଦ୍ର ଢେଙ୍କାନାଳରୁ ଲୋକସଭା ସାଂସଦ ଭାବେ ଦୁଇଥର ନିର୍ବାଚିତ ହୋଇଥିଲେ। ତାଙ୍କର ବଡ଼ ପୁଅ ନଚିକେତା ଶତପଥୀ ଓ ସାନପୁଅ ତଥାଗତ ଶତପଥୀ। ତଥଗତ ଶତପଥୀ ମଧ୍ୟ ଓଡ଼ିଶା ରଜନୀତିର ଜଣେ ଜଣାଶୁଣା ବ୍ୟକ୍ତିତ୍ଵ।
ଛାତ୍ରୀ ଜୀବନରୁ ରାଜନୀତି ଓ ସାହିତ୍ୟ ପ୍ରତି ବେଶ ଆକର୍ଷିତ ଥିଲେ ନନ୍ଦିନୀ। ୧୯୪୨ ମସିହାରେ ସପତମ ଶ୍ରେଣୀରେ ପଢ଼ିଲା ବେଳେ ସେ ‘ଅନାଥ’ ନାମକ ଏକ ଗଳ୍ପ ଲେଖିଥିଲେ। ତାଙ୍କର ଅଧିକାଂଶ ସମୟ ଲେଖା ଲେଖିରେ ବିତୁଥିଲା। କେତୋଟି କଥା, ଉତ୍ତର ପୁରୁଷ, ସୁନା ହଜିଗଲା ଆଦି ନନ୍ଦନୀ ଦେବୀଙ୍କ ଶ୍ରେଷ୍ଠକୃତି।
ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଥିଲେ। ୧୯୪୬ ମସିହାରେ ମହାବିଦ୍ୟାଳୟ କୋଠା ଉପରୁ ୟୁନିୟନ ଜ୍ୟାକ ପତାକା କାଢ଼ି ସେ ସାହାସିକତାର ପରିଚୟ ଦେଇଥିଲେ। ଏହାସହ ସେ ୧୯୫୧ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ଵ ନେଇ କାରାବରଣ କରିଥିଲେ।
ସେ ପ୍ରଥମେ ୧୯୬୨ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ଉପମନ୍ତ୍ରୀ ହୋଇଥିଲେ। ପରେ ୧୯୬୮ରେ ପୁଣି ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ। ନନ୍ଦିନୀ ଶତପଥୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଘନିଷ୍ଠ ଥିଲେ।
ସେ ୧୯୭୨ରୁ ୭୩ ଓ୧୯୭୪ରୁ ୭୬ ପର୍ଯ୍ୟନ୍ତ ଦୁଇ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ଏହାପରେ ସେ କଂଗ୍ରେସରୁ ବାହାରି ଜନତା ଦଳରେ ଯୋଗ ଦେଇଥିଲେ। ୧୯୭୭ରୁ ୮୦ ପର୍ଯ୍ୟନ୍ତ ସେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ଏହାପରେ ସେ ଉତ୍କଳ ପ୍ରଦେଶ କଂଗ୍ରେସ ଦଳରେ କିଛି ଦିନ କାର୍ଯ୍ୟ କରିଥିଲେ। ଏହାପରେ ସେ ପୁଣି କଂଗ୍ରେସରେ ଯୋଗ ଦେଇଥିଲେ। ଏହି ସମୟରେ ସେ ୧୯୮୦-୮୫, ୧୯୮୫-୯୦ ଓ ୧୯୯୦-୦୯୫ ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ୧୯୮୯ ଓ ୧୯୯୫ ମସିହାରେ ସେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟ ଭାବେ କାର୍ଯ୍ୟ କରିଥିଲ।
ଦୁଇ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ରୂପେ ନନ୍ଦିନୀ ଦେବୀ ଓଡ଼ିଶା ରାଜନୀତି ତଥା ଜାତୀୟ ରାଜନୀତିରେ ନିଜର ଏକ ଛାପ ଛାଡିଯାଇଛନ୍ତି । ୧୯୭୨ରୁ ୧୯୭୩ ଓ ୧୯୭୪ରୁ ୧୯୭୬ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଛାତ୍ରୀ ଜୀବନରୁ ହିଁ ସେ ରାଜନୀତି ତଥା ସାହିତ୍ୟ ସର୍ଜନା ପ୍ରତି ବେଶ ଆକର୍ଷିତ ଥିଲେ। ସାହିତ୍ୟ ପ୍ରତି ଉଲ୍ଲେଖନୀୟ କୃତିତ୍ବ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ପ୍ରଜାତନ୍ତ୍ର ପ୍ରଚାର ସମିତି ପୁରସ୍କାର ଓ ସାହିତ୍ୟ ଭାରତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ନନ୍ଦିନୀ ଦେବୀ । ୭୫ ବର୍ଷ ବୟସରେ ନନ୍ଦିନୀ ଦେବୀଙ୍କର ମୃତ୍ୟୁ ମୃତ୍ୟୁବରଣ କରିଥିଲେ ନନ୍ଦିନୀ ଦେବୀ ।