ଓଡ଼ିଶା ଦେଖିଲା ବାୟୁ ବୀରଙ୍କ ସୌର୍ଯ୍ୟ ଓ ସାମର୍ଥ୍ୟ, ରବିବାର ପୁରୀ ବେଳାଭୂମିରେ ଉଡିବ ସୂର୍ଯ୍ୟକିରଣ
![](https://thetruths.in/wp-content/uploads/2022/09/Surjya-Kiran-Air-Show.jpg)
ଭୁବନେଶ୍ୱର : ଭୁବନେଶ୍ୱର କୁଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ଏହା ପ୍ରଦର୍ଶନ କରାଯାଇଛି। ସକାଳ ୧୦ଟା ୧୬ ମିନିଟରୁ କୁଆଖାଇ ନଦୀ ପଠାରେ ସୂର୍ଯ୍ୟକିରଣ ଏୟାର ଶୋ ଆରମ୍ଭ ହୋଇଥିଲା।
![](https://hindi.cdn.zeenews.com/hindi/sites/default/files/2022/09/16/1323276-public.jpg)
ଭୁବନେଶ୍ୱରବାସୀ ଦେଖିଲେ ସୂର୍ଯ୍ୟକିରଣ ଶୋ। ଆକାଶପଥରେ କଳାକୌଶଳ ପ୍ରଦର୍ଶନ କଲେ ଭାରତୀୟ ବାୟୁସେନାର ବୀର ଯବାନ।
![](https://hindi.cdn.zeenews.com/hindi/sites/default/files/2022/09/16/1323275-sur.jpg)
ରାଜଧାନୀ ଆକାଶରେ ପ୍ରାୟ ୨୦ ମିନିଟ ଧରି ପରାକ୍ରମ ଦେଖାଇଲା ବାୟୁସେନା। ଏୟାର ସୋରେ ସାମିଲ ହୋଇଥିଲେ ୯ଟି ହକ୍ ବିମାନ।
![](https://hindi.cdn.zeenews.com/hindi/sites/default/files/2022/09/16/1323272-air2.jpg)
ପ୍ରଥମ ପର୍ଯ୍ୟାୟରେ ୫୦୦ରୁ ୧୦୦୦ଫୁଟ ଉଚ୍ଚତାରେ ସବୁ ବିମାନ ଉଡ଼ାଣ ଭରିଛନ୍ତି। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିକ ପରେ ଗୋଟିଏ ସବୁ ବିମାନ ଆକାଶମାର୍ଗରେ ଚିତାକର୍ଷକ ଶୋ ପ୍ରଦର୍ଶନ କରିଛନ୍ତି।
![](https://hindi.cdn.zeenews.com/hindi/sites/default/files/2022/09/16/1323270-gov.jpg)
କୁଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ସୂର୍ଯ୍ୟକିରଣ ଏୟାର ଶୋ ଦେଖିଲେ ରାଜ୍ୟପାଳ ପ୍ରଫେସର।
![](https://hindi.cdn.zeenews.com/hindi/sites/default/files/2022/09/16/1323269-air-5.jpg)
ବାୟୁସେନାର ଏରୋବାଟିକ୍ ଡିସପ୍ଲେ ଟିମ୍ ଦ୍ୱାରା ସୂର୍ଯ୍ୟକିରଣ ଏୟାର ଶୋ ପ୍ରଦର୍ଶିତ ହୁଏ। ୧୯୮୨ରେ ବାୟୁସେନାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରଥମ ଏରୋବାଟିକ୍ ଟିମ୍ ଗଠନ କରାଯାଇଥିଲା।
![](https://hindi.cdn.zeenews.com/hindi/sites/default/files/2022/09/16/1323268-ja.jpeg)
ସୂର୍ଯ୍ୟକିରଣ ଟିମ୍ ପକ୍ଷରୁ ୨୦୦୧ରେ ବିଦେଶରେ ପ୍ରଥମଥର ପାଇଁ ଚିତ୍ତାକର୍ଷକ ଶୋ ପ୍ରଦର୍ଶନ କରାଯାଇଥିଲା। ଶ୍ରୀଲଙ୍କାର କଲୋମ୍ବୋରେ ଏହି ଶୋ ହୋଇଥିଲା।
![](https://hindi.cdn.zeenews.com/hindi/sites/default/files/2022/09/16/1323267-hawk.jpeg)
ଅତ୍ୟାଧୁନିକ ହକ୍ ଏମକେ ୧୩୨ ଏୟାରକ୍ରାଫ୍ଟ ଦ୍ୱାରା ବାୟୁସେନା ପକ୍ଷରୁ ଏଭଳି ନିଆରା ପ୍ରଦର୍ଶନ କରାଯାଇ ଯୁବପିଢିଙ୍କୁ ପ୍ରେରଣା ଦିଆଯାଉଛି।
![](https://hindi.cdn.zeenews.com/hindi/sites/default/files/2022/09/16/1323265-jawan.jpeg)
ସୂର୍ଯ୍ୟକିରଣର ଏହି ସ୍ୱତନ୍ତ୍ର ଶୋ ପାଇଁ ପାଇଲଟଙ୍କୁ ୬ ମାସ ଧରି ଅଭ୍ୟାସ କରିବାକୁ ପଡିଥାଏ। ଏଥିପାଇଁ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ପ୍ରତିଦିନ ଦୁଇଥର ଲେଖାଏଁ ଉଡାଣ କରାଯାଇଥିଲା।
![](https://hindi.cdn.zeenews.com/hindi/sites/default/files/2022/09/16/1323264-dd.jpg)
ସେପ୍ଟେମ୍ବର ୧୮ ତାରିଖ ରେ ପୁରୀ ବେଳାଭୂମିରେ ସୂର୍ଯ୍ୟକିରଣ ଏୟାର ଶୋ ହେବ। ସକାଳ ୧୦ଟା ୨୦ରେ ଆରମ୍ଭ ହୋଇ ୧୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।