ଆସନ୍ତାକାଲି ଠାରୁ ହାଇକୋର୍ଟ ସଟଡାଉନ୍
ଭୁବନେଶ୍ୱର : ଆସନ୍ତାକାଲି (ଗୁରୁବାର) ଠାରୁ ମଇ ୨୭ ତାରିଖ ପର୍ଯ୍ୟନ୍ତ ଓଡିଶା ହାଇକୋର୍ଟକୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ଓ କିଛି କର୍ମଚାରୀ ସଂକ୍ରମିତ ହେବା ପରେ ଏହି ନିଷ୍ପତି ନିଆଯାଇଛି । ହାଇକୋର୍ଟ ରେଜିଷ୍ଟାର ଜେନେରାଲଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ କୋର୍ଟ ବନ୍ଦ ରହିଲେ ବି ଜରୁରୀ ମାମଲାର ଶୁଣାଣି ପାଇଁ ରେଜିଷ୍ଟ୍ରାର ଜୁଡିସିଆଲଙ୍କୁ ଆବେଦନ କରିହେବ ।