ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ମୌସୁମୀ ନାୟକ ଗିରଫ
ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ଇନଫୋସିଟି ଥାନା ପୋଲିସ ମୌସୁମୀଙ୍କୁ ଗିରଫ କରିଛି । ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଭିତ୍ତିରେ ମୌସୁମୀଙ୍କୁ ଗିରଫ କରାଯାଇଛି । ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସିପି ରମେଶ ବିଶୋଇ ସୂଚନା ଦେଇଛନ୍ତି । ଠକେଇ ଅଭିଯୋଗରେ ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ପୂର୍ବରୁ ମୌସୁମୀ ମଧ୍ୟ ବନସ୍ମିତାଙ୍କ ନାଁରେ ଚନ୍ଦକା ଥାନାରେ ଟଙ୍କା ଦେଣନେଣକୁ ନେଇ ଅଭିଯୋଗ କରିଥିଲେ।
ଅଭିଯୋଗ ଅନୁଯାୟୀ, ମୌସୁମୀ ଧମକାଇ ଟଙ୍କା ମାଗିବା, ଟଙ୍କା ନଦେଲେ ବଦନାମ କରିବା ଏବଂ ଘର ଭାଙ୍ଗିଦେବାକୁ ଧମକ ଦେଇଥିଲେ। ଗିରଫ ପରେ ମୌସୁମୀଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସିପି ରମେଶ ବିଶୋଇ ସୂଚନା ଦେଇଛନ୍ତି । ପୂର୍ବରୁ ମୌସୁମୀ ମଧ୍ୟ ବନସ୍ମିତାଙ୍କ ନାଁରେ ଚନ୍ଦକା ଥାନାରେ ଟଙ୍କା ଦେଣନେଣକୁ ନେଇ ଅଭିଯୋଗ କରିଥିଲେ।