ଦିନିକିଆ ସିରିଜ୍ : ନ୍ୟୁଜିଲାଣ୍ଡ ଉପରେ ଭାରି ପଡ଼ିବେ ୩ ଭାରତୀୟ ଖେଳାଳି
![](https://thetruths.in/wp-content/uploads/2023/01/Virat-Kohli-Mohammad-Siraj-Subhman-GIll-1024x1024.jpg)
ହାଇଦ୍ରାବାଦ: ଆଜି ଠାରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ । ବୁଧବାର ଖେଳାଯିବ ପ୍ରଥମ ମ୍ୟାଚ୍ । ଶ୍ରୀଲଙ୍କା ବିପକ୍ଷ ସିରିଜକୁ କ୍ଲିନ୍ ସୁଇପ୍ କରି ଟିମ୍ ଇଣ୍ଡିଆ ଆତ୍ମବିଶ୍ୱାସ ବଢ଼ିଛି । ତେବେ ୩ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ କିୱି ଦଳ ଉପରେ ଭାରି ପଡ଼ିବ ଘରୋଇ ଦଳ । ଘାତକ ସାବ୍ୟସ୍ତ ହେବେ ଟମ୍ ଇଣ୍ଡିଆର ୩ ଖେଳାଳି । ରନ୍ ମେସିନ୍ ଫର୍ମ ଟପ୍ରେ ରହିଥିବା ବେଳେ ହୋମ୍ ଟାଉନ୍ରେ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ ଚକ୍ମା ଦେବେ ଦ୍ରୁତ ବୋଲର ମହମ୍ମଦ ସିରାଜ୍ । ସେହିପରି ଓପନର ସୁବମନ୍ ଗିଲ୍ ମଧ୍ୟ ଫର୍ମକୁ ଫେରିଛନ୍ତି ।
ବିଶେଷ କରି ବିରାଟ କୋହଲିଙ୍କୁ ରୋକିବା କିୱି ଦଳ ପାଇଁ ମୁସ୍କିଲ୍ ହେବ । ଶ୍ରୀଲଙ୍କା ୩ଟି ମ୍ୟାଚ୍ ବିଶିଷ୍ଟ ସିରିଜରେ ଦୁଇଟି ଶତକ ମାରି କୋହଲି ଏବେ ବିରାଟ ଫର୍ମରେ ରହିଛନ୍ତି । ଶ୍ରୀଲଙ୍କା ବିରୋଧରେ ନିଜର ୪୬ତମ ସେଂଚୁରୀ ପୂରଣ କରିଛନ୍ତି ବିରାଟ । ୩ଟି ପାଳରେ ୧୪୧.୫୦ ପ୍ରତିଶତରେ ମୋଟ୍ ୨୮୩ ରନ୍ ସଂଗ୍ରହ କରିଛନ୍ତି । ଏଥିମଧ୍ୟରେ ୧୬୬ ରନର ଏକ ନଟଆଉଟ୍ ପାଳି ରହିଛି । ଗତ ୪ମାସରେ ୪ଶତକ ମାରିଛନ୍ତି ଟିମ୍ ଇଣ୍ଡିଆର ଏହି ରନ୍ ମେସିନ୍ । ଏଭଳି ସ୍ଥିତିରେ କୋହଲିଙ୍କୁ ରୋକିବା ନ୍ୟୁଜିଲାଣ୍ଡ ଦଳ ପାଇଁ କଠିନ ହେବ । ସେହିପରି ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ୍ ଶ୍ରୀଲଙ୍କ ବିପକ୍ଷରେ ଲୟକୁ ଫେରିଛନ୍ତି । ପାୱାର ପ୍ଲ’ ଓଭରରେ ନିଜର ବେଷ୍ଟ ପ୍ରଦର୍ଶନ ଦେଖାଇଛନ୍ତି । ସିରାଜ୍ ୩ଟି ପାଳିରେ ୯ ୱିକେଟ୍ ହାସଲ କରିଛନ୍ତି । ଶେଷ ଦିନିକିଆରେ ୪ଟି ୱିକେଟ୍ ଅକ୍ତିଆର କରିବା ସହିତ ୪.୦୫ ହାରରେ ରନ୍ ଖର୍ଚ୍ଚ କରିଛନ୍ତି । ୨୦୨୨ରେ ମହମ୍ମଦ ସିରାଜ୍ ୧୦ଟି ଦିନିକିଆ ମ୍ୟାଚର ପ୍ରଥମ ୧୦ ଓଭରରେ ସର୍ବାଧିକ ୱିକେଟ୍ ନେଇଛନ୍ତି ।
ଅନ୍ୟପଟେ ପ୍ରଥମ ଦିନିକିଆ ହାଇଦ୍ରାବାଦରେ ଖେଳାଯାଉଥିବାରୁ ହୋମ୍ ଟାଉନରେ କିୱି ବ୍ୟାଟରଙ୍କ ପାଇଁ ପାୱାର ପ୍ଲେରେ ଘାତକ ସାବ୍ୟସ୍ତ ହୋଇପାରନ୍ତି ସିରାଜ୍ । ସେହିପରି ଦିନିକିଆ ସିରିଜରେ ନିଜର ତାକତ ଦେଖାଉଛନ୍ତି ସୁବମନ୍ ଗିଲ୍ । ଏହି ଯୁବ ଓପନର ଶ୍ରୀଲଙ୍କା ବିରୋଧରେ ଶତକୀୟ ପାଳି ଖେଳି ସମସ୍ତ ପ୍ରଭାବିତ କରିଛନ୍ତି । ୩ଟି ପାଳିରେ ସେ ୬୯ ପ୍ରତିଶତରେ ୨୦୭ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି । ଧବନଙ୍କ ପରେ ସୁବମନ ଅଧିନାୟକ ଓ କୋଚଙ୍କୁ ଜଣେ ଦକ୍ଷ ଓପନର ଭାବେ ଭରସା ଦେଇଛନ୍ତି । ନ୍ୟୁଜିଲାଣ୍ଡ ସିରିଜ୍ ପୁଣି ଥରେ କରିସ୍ମା ଦେଖାଇବା ନେଇ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମି ।