ଆସିଲା ଅକ୍ଟୋବର ଗାଇଡ୍ଲାଇନ୍ : ପୂଜା ପାଇଁ ବଢ଼ିଲା କଟକଣା
ଭୁବନେଶ୍ୱର : ଆସିଲା ଅକ୍ଟୋବର ଗାଇଡ୍ଲାଇନ୍ । ଅକ୍ଟୋବର ମାସ ପାଇଁ ଗାଇଡ୍ଲାଇନ୍ ଜାରି କଲେ ରାଜ୍ୟ ସରକାର । ପାର୍ବଣ ଋତୁରେ ଅଧିକ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ପୂଜା ପାର୍ବଣରେ ସାମାଜିକ ଦୂରତା ରଖିବାକୁ ସରକାର ନିବେଦନ କରିବା ସହିତ ବାହାରେ ଅଯଥା ଗହଳି ନକରିବାକୁ ସରକାର ସତର୍କ କରାଇଛନ୍ତି । ବର୍ତ୍ତମାନ କୋଭିଡ୍ ମାମଲା ସ୍ଥିର ରହିଛି । ଏହାର ସଂକ୍ରମଣ ବଢ଼ିଲେ ଚିନ୍ତା ବଢ଼ିବ ବୋଲି ସେ କହିଛନ୍ତି ।
କେନ୍ଦ୍ର ସରକାରଙ୍କ ନିୟମକୁ ଅନୁଧ୍ୟା କରି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୂଜା ପାର୍ବଣକୁ ସରକାର ବିଶେଷ ଧ୍ୟାନ ଦେବେ । ସହରାଞ୍ଚଳ ଗୁଡ଼ିକରେ ରାତ୍ରୀକାଳିନୀ କର୍ଫ୍ୟୁ ଜାରି ରହିବ । ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ । ଟ୍ୱିନ୍ସିଟିରେ କଡ଼ାକଡ଼ି ହୋଇଛି ରାତ୍ରୀକାଳୀନ କର୍ଫ୍ୟୁ । ବିଶେଷ ଭାବେ ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ କଟକରେ ରାତ୍ରି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ । ପୂର୍ବ ପରି ଦୋକାନ ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ। ପୂର୍ବବତ୍ତ ରାତ୍ରକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ। ଥା ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଗତ ମାସ ଥିବା ନିୟମ ଲାଗୁ ରହିବ । ୨୫୦ ଜଣ ଲୋକଙ୍କୁ ନେଇ ଆୟୋଜନ କରାଯାଇ ପାରିବ। ଅଗଷ୍ଟ ମାସରେ ଏହି ସଂଖ୍ୟା ୫୦ରେ ସୀମିତ ଥିଲା। ସେହିପରି ବିବାହ ଶୋଭାଯାତ୍ରାକୁ ମିଳିଥିବା ଅନୁମତି ବଳବତ୍ତର ରହିବ । ଶୋଭାଯାତ୍ରାରେ ପୂର୍ବପରି ୫୦ ଜଣ ସାମିଲ ହୋଇ ପାରିବେ। ପୂର୍ଣ୍ଣ କ୍ଷମତା ସହ ମଧ୍ୟ ସିନେମା ହଲ୍ ଚାଲିବ। ତେବେ ଆସନ୍ତୁ ଜାଣିବା ଅକ୍ଟୋବର ମାସ ଗାଇଡ୍ଲାଇନ୍ର ମୁଖ୍ୟାଂଶ। କଟକ ଏବଂ ଭୁବନେଶ୍ୱରରେ ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ। ସହରାଞ୍ଚଳ ଗୁଡ଼ିକରେ ନାଇଟ୍ କର୍ଫ୍ୟୁ ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ଲାଗୁ ରହିବ। ମଲ୍, ମାର୍କେଟ୍ , ବଜାର ରାତି ୧୦ ଯାଏଁ ଖୋଲିବ। ବାହାଘର ଓ ବ୍ରତଘରରେ ୨୫୦ ଜଣ ସାମିଲ୍ ହୋଇ ପାରିବେ। ବିବାହ ଶୋଭାଯାତ୍ରାକୁ ଅନୁମତି। ସାମିଲ ହୋଇ ପାରିବେ ୫୦ ଜଣ। ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇପାରିବେ ୨୫୦ ଲୋକ। ପୂର୍ଣ୍ଣ କ୍ଷମତାରେ ଚାଲିବ ସିନେମାହଲ୍ ଓ ଥିଏଟର। ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମ ଉପରେ କଟକଣା ପୂର୍ବପରି ରହିବ। ମାସ୍କ, ସାମାଜିକ ଦୂରତା, ସାନିଟାଇଜ୍ ଗାଇଡ୍ଲାଇନ୍ ବଳବତ୍ତର ରହିବ। ପୂଜା ପାର୍ବଣରେ ସ୍ୱତନ୍ତ୍ର ଗାଇଡ୍ଲାଇନ୍। ପୂଜା ପାର୍ବଣରେ ସ୍ଥାନୀୟ ପ୍ରଶାସନ ଜାରି କରିପାରିବେ ନିୟମ। ମାସ୍କ, ସାମାଜିକ ଦୂରତା, ସାନିଟାଇଜ୍ ଗାଇଡ୍ଲାଇନ୍ ବଳବତ୍ତର। ନଭେମ୍ୱର ପହିଲା ଯାଏଁ ଏହି ଗାଇଡ୍ଲାଇନ୍ ବଳବତ୍ତର ରହିବ। ସମସ୍ତ ମ୍ୟୁଜୟମ ଓ ପାଠାଗାର କୋଭିଡ୍ ନିୟମ ମାନି ଖୋଲିବ। ପ୍ରେକ୍ଷାଳୟ ଓ ଅଡିଟୋରିୟମରେ ଗାଇଡ୍ଲାଇନ୍ ମାନି ମିଟିଂ ହୋଇ ପାରିବ।