ବରଗଡ ଧନୁଯାତ୍ରା କଳାକାର ଚୟନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ! ଜାଣନ୍ତୁ କେଉଁ ଆଧାରରେ ଚୟନ କରାଯିବ ଓ ଯୋଗ୍ୟତା କଣ
![](https://thetruths.in/wp-content/uploads/2022/10/Dhanu-Yatra.jpg)
ବରଗଡ଼ : ଧନୁଯାତ୍ରା ପାଇଁ ଚୟନ ହେବେ କଳାକାର। ଆସନ୍ତା ଅକ୍ଟୋବର ୨୨ ରୁ ୩୧ ପର୍ଯ୍ୟନ୍ତ କଳାକାରମାନେ ଯାତ୍ରାରେ ଅଭିନୟ କରିବା ପାଇଁ ସେମାନଙ୍କ ଆବେଦନ ପତ୍ର ଦାଖଲ କରି ପାରିବେ। ଧନୁଯାତ୍ରା ମହୋତ୍ସବ ସମିତି ଏନେଇ ବିଜ୍ଞପ୍ତି ଜାରି କରିଛି।
ମହାରାଜା କଂସ, ମହାମନ୍ତ୍ରୀ, ସାର୍ତ୍ତକୀ, ଚାଣୁର, ମୁଷ୍ଟିକ,ଅକୃର, ଉଗ୍ରେସନ, ବାସୁଦେବ, ଦେବକୀ, ନାରଦ ଓ ସେନାପତି ପରି ମହାରାଜା ଓ ରାଜାଙ୍କ ପାର୍ଶ୍ଵ କଳାକାର ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ହେବ। ଆବେଦନପତ୍ର ଗୁଡ଼ିକ ଇ-ମେଲ କିମ୍ୱା ଅତିରିକ୍ତ ଜିଲାପାଳଙ୍କ ପାଖରେ ଡାକ କିମ୍ବା ବ୍ୟକ୍ତିଗତ ଭାବେ ଦାଖଲ କରିହେବ। ଜଣେ କଳାକାର ସର୍ବାଧିକ ୨ଟି ଭୂମିକା ପାଇଁ ଆବେଦନ କରି ପାରିବେ।
ମହାମାରୀ କରୋନା ଯୋଗୁଁ ୨ ବର୍ଷ ହେଲା ଆୟୋଜନ ହୋଇ ପାରୁନଥିଲା ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ର।। । କିନ୍ତୁ ଚଳିତ ବର୍ଷ ଧନୁଯାତ୍ରା ଆୟୋଜିତ ହେବାକୁ ଅନୁମତି ମିଳିବା ପରେ ୭୫ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବକୁ ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ପାଇଁ ନିଷ୍ପତତି କରିଛି ବରଗଡ ଧନୁଯାତ୍ରା କମିଟି । ତେବେ ଧନୁଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ନୂଆ କଳାକାର ଚୟନ କରିବାକୁ ନିଷ୍ପତ୍ତି ନେଇଛି କମିଟି ।
ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ବରଗଡ ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ, ନୂଆ କଳାକାର ଚୟନ କରିବାକୁ ନିଷ୍ପତ୍ତି ନେଇଛି କମିଟି । ଧନୁଯାତ୍ରା କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି ଅନୁସାରେ କଳାକାର ଚୟନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ମହାରାଜା କଂସ ସମେତ ୧୧ଟି ଚରିତ୍ର ପାଇଁ କଳାକାର ଚୟନ ହେବେ ବୋଲି ଦର୍ଶାଯାଇଛି ।
ଅଭିନୟ କରିବାକୁ ଚାହୁଁଥିବା କଳାକାର ଆବେଦନ ପତ୍ରଗୁଡିକ ‘ବରଗଡ ଧନୁଯାତ୍ରା ମହୋତ୍ସବ ଆଟ ଦି ରେଟ ଜିମେଲ୍ ଡଟ୍ କମ’ ରେ ପଠାଇ ପାରିବେ । ବ୍ୟକ୍ତିଗତ ଭାବରେ ବରଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିପାରିବେ । ଆସନ୍ତା ୨୨ତାରିଖରୁ ଆରମ୍ଭ ହେବ ଆବେଦନ । ଡିସେମ୍ବର ୨୭ରୁ ଜାନୁଆରୀ ୬ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ଚାଲିବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ।
ମହାରାଜ କଂସ ସହ ୧୧ଟି ଚରିତ୍ର ପାଇଁ କଳାକାର ଚୟନ କରାଯିବ :
ମହାମନ୍ତ୍ରୀ, ସାର୍ତକୀ, ଚାଣୁର, ମୁଷ୍ଟିକ ଓ ଅକ୍ରୁର ଚରିତ୍ର ପାଇଁ କଳାକାର ଚୟନ ହେବ
ଉଗ୍ରସେନ, ବସୁଦେବ, ଦେବକୀ, ନାରଦ ଓ ସେନାପତି ପାଇଁ କଳାକାର ଚୟନ କରାଯିବ
ଏଥିପାଇଁ କଳାକାରମାନେ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଆବେଦନ କରି ପାରିବେ
ଜଣେ କଳାକାର ସର୍ବାଧିକ ୨ଟି ଭୂମିକା ପାଇଁ ଆବେଦନ କରି ପାରିବେ
ମନୋନୀତ କଳାକାର ୨୫ ନଭେମ୍ବରରୁ ଧନୁଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଅଭ୍ୟାସ ଓ ଅଭିନୟ ପାଇଁ ବରଗଡରେ ରହିବେ
କଂସ ଭୂମିକା ପାଇଁ କଳାକାରଙ୍କର କି ଯୋଗ୍ୟତା ଥିବା ଆବଶ୍ୟକ :
କଂସ ଭୂମିକାରେ ଅଭିନୟ କରିବା ପାଇଁ ବୟସ ସୀମା ୧୮ରୁ ୬୦ ବର୍ଷ ଭିତରେ ହୋଇଥିବ
ଗୀତା ଭାଗବତ ଉପରେ ଜ୍ଞାନ ରହିଥିବ
ଡାଇଲଗ୍ ଓ ସଂଳାପ ଉଚ୍ଚାରଣ ସଠିକ୍ ରହୁଥିବ
ରାଜାଙ୍କ ଅଙ୍ଗଭଙ୍ଗୀ ଚାଲି ଠିକ୍ ରାଜା ପରି ହୋଇଥିବ
ବିନା ପାଣ୍ଡୁଲିପି ବା ବିନା ସ୍କ୍ରିପ୍ଟରେ ଧନୁଯାତ୍ରାର ଡାଇଲଗ୍ ତଥା ଧନୁଯାତ୍ରା ବିଷୟରେ ଜ୍ଞାନ ରହିଥିବ
ପୌରାଣିକ ନାଟକ ବସ୍ତୁ ଉପରେ ଅଭିଜ୍ଞତା ତଥା ଡାଇଲଗ୍ ଜଣାଥିବା ଆବଶ୍ୟକ
କଂସ ଚରିତ୍ର ଅଡିସନ ଦେବା ପାଇଁ କଂସ ବେଶ ପୋଷାକରେ ରହି ଅଡିସନ ଦେବାକୁ ହେବ