ଏଣିକି ସାଂସଦମାନେ ଆଉ କହିପାରିବେନି ଜୁମଲାଜୀବୀ, ଖାଲିସ୍ତାନୀ, ବାଳକ ବୁଦ୍ଧି, ଦଲାଲ ଭଳି ଶବ୍ଦ ! ଦେଖନ୍ତୁ ପୁରା ତାଲିକା
ନୂଆଦିଲ୍ଲୀ : ଲୋକସଭା ସଚିବାଳୟ ଅଣ-ସଂସଦୀୟ ଶବ୍ଦ ୨୦୨୧ ଶୀର୍ଷକ ଅଧୀନରେ ଏହିପରି ଶବ୍ଦ ଓ ବାକ୍ୟର ଏକ ନୂତନ ସଂକଳନ ପ୍ରସ୍ତୁତ କରିଛି, ଯାହାକୁ ‘ସଂସଦୀୟ ଅଭିବ୍ୟକ୍ତି’ ବର୍ଗରେ ରଖାଯାଇଛି । ମୌସୁମୀ ଅଧିବେଶନ ପୂର୍ବରୁ ସଦସ୍ୟଙ୍କ ବ୍ୟବହାର ପାଇଁ ପ୍ରକାଶିତ ଏହି ସଂକଳନରେ ଏପରି ଶବ୍ଦ ସାମିଲ କରାଯାଇଛି, ଯାହାକୁ ୨୦୨୧ ମସିହାରେ ଲୋକସଭା, ରାଜ୍ୟସଭା, ବିଧାନସଭାରେ ଅଣ-ସଂସଦୀୟ ଘୋଷିତ ହୋଇଥିଲା । ଏଥିସହ ଯଦି କୌଣସି ସଦସ୍ୟ ପୀଠକୁ ଆକ୍ଷେପ କରି କୁହନ୍ତି ଯେ ଯେତେବେଳେ ଆପଣ ଏହିପରି ଚିତ୍କାର କରି ବେଲକୁ ଯାଉଥିଲେ, ସେହି ସମୟକୁ ମନେ ପକାନ୍ତୁ କିମ୍ବା ଆଜି ଯେତେବେଳେ ଆପଣ ଚେୟାରରେ ବସିଛନ୍ତି ତ ସେହି ସମୟକୁ ମନେ କରନ୍ତୁ… ସେତେବେଳେ ଏହାକୁ ରେକର୍ଡର ଅଂଶ ଭାବରେ ମନେ କରାଯିବ ନାହିଁ ।
ଲୋକସଭାରେ କାର୍ଯ୍ୟ ପ୍ରକ୍ରିୟା ଓ ଆଚରଣ ବିଧି ନିୟମ ୩୮୦ ଅନୁଯାୟୀ, ଯଦି ବାଚସ୍ପତି ଅନୁଭବ କରନ୍ତି ଯେ ଆଲୋଚନା ସମୟରେ ଅପମାନଜନକ କିମ୍ବା ଅସାମ୍ବିଧାନିକ କିମ୍ବା ଅଶ୍ଳୀଳ ବା ଅସମ୍ବେଦନଶୀଳ ଶବ୍ଦ ବ୍ୟବହାର କରାଯାଇଛି, ତେବେ ସେ ସେମାନଙ୍କୁ ଗୃହର ପ୍ରକ୍ରିୟାରୁ ହଟାଇବାକୁ ନିର୍ଦ୍ଦେଶ ଦେଇପାରିବେ । ଏଥି ସହିତ ନିୟମ ୩୮୧ ଅନୁଯାୟୀ, ଗୃହର ପ୍ରକ୍ରିୟାର ଯେଉଁ ଅଂଶ ହଟାଇବାର ଅଛି, ତାହାକୁ ଚିହ୍ନଟ କରାଯିବା ପରେ ପ୍ରକ୍ରିୟାରେ ଏକ ନୋଟ୍ ଏପରି ପକାଯିବ କି ବାଚସ୍ପତିଙ୍କ ଆଦେଶ ଅନୁଯାୟୀ ଏହାକୁ ହଟା ଯାଇଛି ।
ଅଧ୍ୟକ୍ଷଙ୍କ ପୀଠ ଉପରେ ଆକ୍ଷେପକୁ ନେଇ ଘଟଣାକୁ ମଧ୍ୟ ଅସଂସଦୀୟ ଅଭିବ୍ୟକ୍ତି ବର୍ଗରେ ରଖାଯାଇଛି । ଆପଣ ଏଥିରେ ମୋର ସମୟ ନଷ୍ଟ କରୁଛନ୍ତି । ଆପଣ ଆମମାନଙ୍କ ଗଳା ଚାପି ଦିଅନ୍ତୁ, ଚେୟାରକୁ ଦୁର୍ବଳ କରିଦେଇଛନ୍ତି ପରି ଆଦି ଶବ୍ଦ ବା ବାକ୍ୟ ସାମିଲ ରହିଛି ।