ବୌଦ୍ଧରେ ନୂଆ ଏସପି ରାଜ୍ ପ୍ରସାଦ
![](https://thetruths.in/wp-content/uploads/2023/01/SP-Raj-Prasad.jpg)
ବୌଦ୍ଧ : ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଜିଲାରେ ଯୋଗଦେବା ପରେ ମାତ୍ର ୬ ମାସ ମଧ୍ୟରେ ବଦଳିଲେ ବୌଦ୍ଧ ଏସପି ପ୍ରହଲ୍ଲାଦ ସହାଈ ମୀନା l ବୌଦ୍ଧ ଏସପି ପ୍ରହଲ୍ଲାଦ ସହାଇ ମୀନାଙ୍କୁ ବରଗଡ଼ ଏସପି କରାଯାଇଛି ।
ସେହିପରି ରାୟଗଡ଼ା ଜିଲାରେ ଅତିରିକ୍ତ ଏସପି ଭାବରେ ଅବସ୍ଥାପିତ ଥିବା ରାଜ୍ ପ୍ରସାଦଙ୍କୁ ବୌଦ୍ଧ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଆଇପିଏସ୍ ବଦଳି ବିଜ୍ଞପ୍ତି ମଙ୍ଗଳବାର ସନ୍ଧ୍ୟାରେ ପ୍ରକାଶ ପାଇଛି ।