ବିମାନ ଯାତ୍ରୀଙ୍କ ପାଇଁ ନୂଆ ନିୟମ ଲାଗୁ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଉପର ମୁହାଁ ରହିଥିବା ବେଳେ ବିମାନ ଯାତ୍ରା ସମୟରେ ସଂକ୍ରମଣ କୁ ଦୃଷ୍ଟିରେ ରଖି ବିମାନ ଯାତ୍ରୀଙ୍କ ପାଇଁ ନୂଆ ନିୟମ ଲାଗୁ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।
ଏଣିକି ୨ ଘଣ୍ଟାରୁ କମ୍ ସମୟର ବିମାନ ଯାତ୍ରା ସମୟରେ ମିଳିବନି ଖାଦ୍ୟ । ୨ ଘଣ୍ଟାରୁ ଅଧିକ ସମୟରେ ଯାତ୍ରା କଲେ ବିମାନ ଯାତ୍ରୀଙ୍କୁ ବିମାନରେ ଖାଦ୍ୟ ଦିଆଯିବ ମାତ୍ର ଏହାଠାରୁ କମ୍ ସମୟର ଯାତ୍ରାରେ ବିମାନରେ ଖାଦ୍ୟ ଦିଆଯିବ ନାହିଁ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।