ପ୍ରେସ୍ ଇସ୍ତାହାର ମହିମା ସେବା ଫାଉଣ୍ଡେସନ୍ ପକ୍ଷରୁ ଅସହାୟ ଓ ଅଭାବୀ ବ୍ୟକ୍ତିଙ୍କୁ ଶୀତବସ୍ତ୍ର ବଣ୍ଟନ
ଭୁବନେଶ୍ୱର : ସାମାଜିକ ସଂଗଠନ “ମହିମା ସେବା ଫାଉଣ୍ଡେସନ୍” ପକ୍ଷରୁ ଅସହାୟ ଓ ଅଭାବୀ ବ୍ୟକ୍ତିଙ୍କୁ ସତ୍ୟ ମହିମା ଆଶ୍ରମ ଖଣ୍ଡଗିରିଠାରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହିମା ଆଶ୍ରମର ମୁଖ୍ୟ ପରିଚାଳକ ସାଧୁ ମଧୁସୂଦନ ଦାସ ମହିମା ସେବା ଫାଉଣ୍ଡେସନ୍ର ସଭାପତି ସମାଜସେବୀ ନାରାୟଣ ଖୁଣ୍ଟିଆ, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ତଥା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ରୀନା ମହାନ୍ତି, ପଦ୍ମନାଭ ବେହେରା ଯୋଗଦେଇ ମାନବସେବା ହିଁ ମାଧବ ସେବା ବୋଲି ମତବ୍ୟକ୍ତ କରିବା ସହ ଅସହାୟ ଅଭାବୀ ବ୍ୟକ୍ତିଙ୍କୁ ସହଯୋଗର ହସ୍ତ ବଢ଼ାଇବାକୁ ସମସ୍ତେ ଆଗେଇ ଆସନ୍ତୁ ବୋଲି କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜଗତ କଲ୍ୟାଣ ପାଇଁ ମହିମା ଗୋସାଇଁଙ୍କ ପାଖେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରମୁଖ ପରିଚାଳନା କରିଥିଲେ ନୀରଦ ପରିଡ଼ା, ହୃଦାନନ୍ଦ ଜେନା, ଗୋବିନ୍ଦ, ସୁଶାନ୍ତ ।