ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା : କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ
![](https://thetruths.in/wp-content/uploads/2022/04/Main-Accused-Govinda-Sahu-1024x576.png)
କଣ୍ଟାବାଞ୍ଜି : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ । କଡା ସୁରକ୍ଷା ବଳରେ ପୋଲିସ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରୁ ଆଣି କଣ୍ଟାବାଞ୍ଜି କୋର୍ଟକୁ ହାଜର କରିଛି । କୋର୍ଟରେ ଗୋବିନ୍ଦ ସାହୁଙ୍କ ଓକିଲ ମଧ୍ୟ ଉପସ୍ଥିତ ଥିବା ଦେଖାଯାଇଛି।
ଗୋବିନ୍ଦ ସାହୁ ଓକିଲ ଦୁର୍ଗା ପାଢ଼ୀଙ୍କ କହିବା ଅନୁସାରେ ସେମାନେ କଲ ରେକର୍ଡ, ସାଇଣ୍ଟିଫିକ ତଦନ୍ତର ରିପୋର୍ଟ ଭଳି କିଛି ଗୁରୁତ୍ୱପୂର୍ଣ କାଗଜପତ୍ର ଦେବାକୁ କୋର୍ଟକୁ ଅନୁରୋଧ କରିଥିଲେ । ଯାହାକୁ ନେଇ ଆଜି ତାହା ଉପରେ ଶୁଣାଣି ଥିଲା । ସେହିପରି ଅନ୍ୟପଟେରେ ଆସନ୍ତା ୧୮ ତାରିଖ ଦିନ ପୁଣି ଗୋବିନ୍ଦ ସାହୁଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସରକାରୀ ଓକିଲ ପ୍ରମୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।