ବିବାହ ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ
ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପପଦି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ବିବାହ ପୂର୍ବରୁ ପୁରୀ ଯାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ସେ ଶ୍ରୀ ମନ୍ଦିରରେ ପୂଜାର୍ଚନା କରିବା ସହ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିଲା ପରେ କଡ଼ାସୁରକ୍ଷା ବ୍ୟବସ୍ଥାରେ ଆଜି ଅପରାହ୍ଣରେ ଅନନ୍ତ ଅମ୍ବାନୀ ପୁରୀ ଗସ୍ତରେ ଆସିଥିଲେ । ସିଂହଦ୍ୱାର ସମ୍ମୁଖ ଦେଇ ସେ ସାଧାରଣ ଦର୍ଶକଙ୍କ ଭଳି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଶ୍ରୀମନ୍ଦିର ପରିସରରେ ସେ ପ୍ରାୟ ଅଧ ଘଣ୍ଟା ବିତାଇଥିଲେ ।