ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା
ନୂଆଦିଲ୍ଲୀ : ଘୁଞ୍ଚିଲା ଜେଇଇ ମେନ ପରୀକ୍ଷା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ମାସର ସେସନ ପରେ ମେ ମାସର ପରୀକ୍ଷା ସେସନ ସ୍ଥଗିତ ରଖାଯାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ(ଏନଟିଏ) ଏହି ସମ୍ବନ୍ଧରେ ମଙ୍ଗଳବାର ନୋଟିସ୍ ଜାରି କରିଛି। ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଟ୍ଵିଟ୍ କରି ଜେଇଇ ମେନ ଘୁଞ୍ଚାଯାଇଥିବା ସୂଚନା ଦେଇଛନ୍ତି।
Looking at the present situation of COVID-19 and keeping students safety in mind, JEE (Main) – May 2021 session has been postponed .
— Dr. Ramesh Pokhriyal Nishank (@DrRPNishank) May 4, 2021
Students are advised to keep visiting the official website of NTA for further updates.@DG_NTA pic.twitter.com/utMUGrmJNi
କୋଭିଡ୍-୧୯ର ଦ୍ଵିତୀୟ ଲହର କାରଣରୁ ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ସଂସ୍ଥାକୁ ସୋମବାର ସନ୍ଧ୍ୟାରେ ୨୦୨୧ ମେରେ ନିର୍ଦ୍ଧାରିତ ସମସ୍ତ ଅଫଲାଇନ୍ ପରୀକ୍ଷା ସ୍ଥଗିତ ରଖିବାକୁ ଅପିଲ୍ କରିଥିଲେ। ଏଥିପାଇଁ ୟୁଜିସି ଅନ୍ତର୍ଗତ ସମସ୍ତ ଶିକ୍ଷାନୁଷ୍ଠାନର ପ୍ରମୁଖଙ୍କୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚିଠି ଲେଖା ହୋଇଛି। ଉଚ୍ଚ ଶିକ୍ଷା ସଚିବ ଅମିତ୍ ଖରେ ମେ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ୍ ପରୀକ୍ଷାକୁ ସ୍ଥଗିତ ରଖିବାକୁ କହିଛନ୍ତି। କିନ୍ତୁ ଅନଲାଇନ୍ ପରୀକ୍ଷା ଜାରି ରହିପାରେ। ଜେଇଇ ମେନ୍ ପରୀକ୍ଷା କେବେ ହେବ ୨୦୨୧ ଜୁନ ପ୍ରଥମ ସପ୍ତାହରେ ସ୍ଥିତି ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ପରୀକ୍ଷା ସମ୍ବନ୍ଧିତ ସୂଚନା ଓ୍ଵେବ୍ସାଇଟ୍ରେ ଉପଲବ୍ଧ ହୋଇଯିବା ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।