ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀ ମୃତ
![](https://thetruths.in/wp-content/uploads/2022/02/Mother-Elephant-Dead.png)
କଳାହାଣ୍ଡି : କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଜାମପଡା ଗାଁ ନିକଟରେ ହାତୀର ମୃତ୍ୟୁ ହୋଇଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନା ଯେ, ଜାମପଡା ଜଙ୍ଗଲରୁ ହାତୀ ପଲ ଗାଁ ମୁହାଁ ହୋଇଥିଲେ । କୌଣସି କାରଣରୁ ମାଈ ହାତୀଟିର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।