ଲୋକପ୍ରିୟତାରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ : ଲୋକପ୍ରିୟତାରେ ବିଶ୍ଵର ଅନ୍ୟ ନେତାମାନଙ୍କୁ ପୁଣି ଥରେ ପଛରେ ପକେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ନୁହେଁ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ ମର୍ଣ୍ଣିଂ କନସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେରେ ତାଙ୍କ ଆପ୍ରୁଭାଲ ରେଟିଂ ସର୍ବାଧିକ ଥିବା କୁହାଯାଇଛି ।
ଏହି ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୭୦ ପ୍ରତିଶତ ଲୋକେ ପସନ୍ଦ କରୁଛନ୍ତି । ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ୭୦ ପ୍ରତିଶତ ସହ ପ୍ରଧାନମନ୍ତ୍ରୀ ମୋଦି ଶୀର୍ଷରେ ରହିଛନ୍ତି । ୧୨ ଜଣ ବିଶ୍ୱ ନେତାଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦୀ ଏହି କୃତିତ୍ୱ ହାସଲ କରିଛନ୍ତି । ମେକ୍ସିକୋ ରାଷ୍ଟ୍ରପତି ମାନୁଏଲ ଲୋପେଜ ୬୬ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଇଟାଲୀର ରାଷ୍ଟ୍ରପତି ମାରିନୋ ଡ୍ରଘିଙ୍କୁ ୫୮ ପ୍ରତିଶତ, ଆଞ୍ଜେଲା ମର୍କେଲଙ୍କୁ ୫୪ ପ୍ରତିଶତ, ସ୍କଟ ମରିସନଙ୍କୁ ୪୭ ପ୍ରତିଶତ ରେଟିଂ ମିଳିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୪୪ ପ୍ରତିଶତ ସହ ଷଷ୍ଠ, କାନାଡର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟେୁ ୪୩ ପ୍ରତିଶତ ସହ ସପ୍ତମ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୪୨ ପ୍ରତିଶତ ଅଷ୍ଟମ ସ୍ଥାନରେ ରହିଛନ୍ତି । ୪୦ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ତାଲିକାର ଦଶମ ସ୍ଥାନରେ ରହିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ।