ୟୁପିରେ ୧୨ରୁ ଅଧିକ ଆଇଏଏସ୍ ଅଧିକାରୀ କରୋନା ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ମାଡିଚାଲିଛି ମହାମାରୀ କରୋନା । ମହାରାଷ୍ଟ୍ର, ଦିଲ୍ଲୀ ଭଳି ଏବେ ଉତ୍ତର ପ୍ରଦେଶରେ ମଧ୍ୟ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ୟୁପିରେ ଯୋଗୀ ସରକାରଙ୍କ ୧୨ରୁ ଅଧିକ ଆଇଏସଏସ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏତେ ସଂଖ୍ୟାରେ ଆଇଏଏସ୍ ଅଧିକାରୀ ସଂକ୍ରମିତ ହେବା ପରେ ଭୟର ବାତାବରଣ ଖେଳିଯାଇଛି ।
ଅର୍ଥ ସଚିବ ସଂଜୟ କୁମାର ଓ ସ୍ୱତନ୍ତ୍ର ସଚିବଙ୍କ ସମେତ ଅର୍ଥ ବିଭାଗର ପାଖାପାଖି ୨୦ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ ରାଜସ୍ୱ ପରିଷଦର ଅଧ୍ୟକ୍ଷ ଦୀପକ ତ୍ରିବେଦୀ, କୃଷି ବିଭାଗର ପ୍ରମୁଖ ସଚିବ ଦେବେଶ ଚତୁର୍ବେଦୀ, ସଂଖ୍ୟାଲଘୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବିଏଲ୍ ମୀନା, ଉଚ୍ଚ ଶିକ୍ଷା ବିଭାଗର ଏସସିଏସ୍ ଡ ରଜନୀଶ ଦୁବେ, ସିଏମ୍ କାର୍ଯ୍ୟାଳୟର ପ୍ରମୁଖ ସଚିବ ଏସ୍ପି ଗୋୟଲ, ଶ୍ରମ ବିବାଗର ଉପର ସଚିବ ସୁରେଶ ଚନ୍ଦ୍ରା, ଉଚ୍ଚ ଶିକ୍ଷା ବିଭାଗର ଏସିଏସ୍ ଆରାଧନା ଶୁକ୍ଲା, ଖାଦ୍ୟ ବିଭାଗର ସଚିବ ବୀଣା କୁମାରୀ, ଜଳସେନଚ ବିଭାଗର ସଚିବ ଅନିଲ ଗର୍ଗ ଓ ସ୍ୱତନ୍ତ୍ର ସଚିବ ପ୍ରଶାନ୍ତ ଶର୍ମାଙ୍କ ସମେତ ମୁଖ୍ୟ ସଚିବଙ୍କ ଷ୍ଟାଫ କର୍ମଚାରୀ ଅମୃତ ତ୍ରିପାଠୀ ଓ ହମୀରପୁର ସମେତ ୩ ଜିଲ୍ଲାପାଳଙ୍କୁ କରୋନା ହୋଇଛି ।