Monsoon Skin Care Tips : ବର୍ଷା ଦିନେ ଏମିତି ନିଅନ୍ତୁ ଚର୍ମର ଯତ୍ନ
![](https://thetruths.in/wp-content/uploads/2023/07/Monsoon-Skin-Care-Tips.jpg)
ଆରମ୍ଭ ହୋଇଯାଇଛି ବର୍ଷା ଋତୁ । ଏହି ଦିନେ ସଂକ୍ରମଣର ଭୟ ଅଧିକ ଥାଏ । ବର୍ଷାରେ ଭିଜିବା କାରଣରୁ ସଂକ୍ରମଣ ଓ ଚର୍ମ ଜନିତ ରୋଗ ଅଧିକ ହେବାର ସମ୍ଭାବନା ଥାଏ । ବର୍ଷାଋତୁରେ ଦେଖାଦେଉଥିବା ସଂକ୍ରାମକ ରୋଗଗୁଡିକ ହେଲା ସିଜନାଲ୍ ଫ୍ଲୁ, କମନ୍ କୋଲ୍ଡ, ତରଳ ଝାଡାବାନ୍ତି, ଲାଳରକ୍ତ ଝାଡା, ଆମାଶୟ, ଜଣ୍ଡିସ୍, ଟାଇଫଏଡ, ଡେଙ୍ଗୁ, ମ୍ୟାଲେରିଆ, ଫ୍ୟାଲେରିଆ । ପିଲାଙ୍କୁ ପାଣି ଫୁଟାଇ ପିଇବାକୁ ଦେବା ସହ ବାହାର ଖାଦ୍ୟ ଯେପରିକି ଦହିବରା, ଗୁପଚୁପ୍ ଆଦି ଖାଇବାକୁ ଦିଅନ୍ତୁ ନାହିଁ । ଘର ଚାରିପଟେ ପାଣି ଜମାହୋଇ ରହିଲେ ମଶା ବଂଶ ବୃଦ୍ଧି ହୋଇଥାଏ । ତେଣୁ ସେସବୁ ସ୍ଥାନକୁ ପରିଷ୍କାର ରଖନ୍ତୁ । ଲକ୍ଷ୍ନୌର ସର୍ବ ବୃହତ ସରକାରୀ ଡାକ୍ତରଖାନାର ବରିଷ୍ଠ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଭିମଲ ସିଂ କହିଛନ୍ତି ଯେ ,ଆଜିକାଲି ପ୍ରାୟ ୨୦୦ ରୋଗୀ ତାଙ୍କ ଓପିଡି ଆସୁଛନ୍ତି। ସମସ୍ତଙ୍କର ଚର୍ମ ସମ୍ବନ୍ଧୀୟ ସଂକ୍ରମଣ ଭିନ୍ନ ଅଟେ। ବିଶେଷକରି ଫଙ୍ଗଲ୍ ସଂକ୍ରମଣ, ସେ କହିଥିଲେ ଯେ ଏହାର କାରଣ ହେଉଛି ଏହି ଆର୍ଦ୍ରତା, ଉତ୍ତାପ ଏବଂ ବର୍ଷାରେ ଲୋକମାନେ ନିଜ ଚର୍ମକୁ ସଫା ରଖନ୍ତି ନାହିଁ । ଯେଉଁ କାରଣରୁ ଫଙ୍ଗଲ ସଂକ୍ରମଣ ହୋଇଥାଏ।
ବାରମ୍ବାର ମଇଳା ହାତକୁ ସ୍ପର୍ଶ କରନ୍ତୁ ନାହିଁ :
ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ,ଶରୀରରେ ଯେଉଁଠି ସଂକ୍ରମଣ ହୋଇଛି। ବାରମ୍ବାର ସେଠାରେ ମଇଳା ହାତ ଲଗାନ୍ତୁ ନାହିଁ। ଏହା କରିବା ଦ୍ୱାରା ସଂକ୍ରମଣ ଶରୀରରେ ବ୍ୟାପିପାରେ । ଚର୍ମ ସମ୍ବନ୍ଧୀୟ କୌଣସି ସମସ୍ୟା ହେଲେ, ଜଣେ ଚର୍ମ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ, ନିଜେ ଡାକ୍ତର ସହ ଯୋଗାଯୋଗ କରନ୍ତୁ। ଏହି ଭୁଲ କର ନାହିଁ ।
ଏପରି ନିଅନ୍ତୁ ଚର୍ମ ଯତ୍ନ :
- ପରିସ୍କାର ପରିଛନ୍ନ ରୁହନ୍ତୁ ।
- ଗୋଧୋଇବା ପରେ ଭଲ ଭାବରେ ପୋଛାପୋଛି ହୋଇ ପୋଷାକ ପିନ୍ଧନ୍ତୁ।
- ବାହାରୁ ଆସିଲେ ହ୍ୟାଣ୍ତଓ୍ବାସ୍ କରନ୍ତୁ ।
- ଦିନକୁ ଦୁଇଥର ସ୍ନାନ କରନ୍ତୁ ।
- ଖାଦ୍ୟକୁ ଗରମ କରି ଖାଆନ୍ତୁ ।
- ଶରୀରରେ କୌଣସି ସଂକ୍ରମଣ ଦେଖାଗଲେ ଡାକ୍ତରଙ୍କ ପରାମର୍ମଶ ନିଅନ୍ତୁ।