ଜିଲ୍ଲାସ୍ତରୀୟ ଜୁନିଅର ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଷ ଲିଗ ମ୍ୟାଚରେ ମୟୁରଭଞ୍ଜ ଡ଼ି ବିଜୟୀ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓସିଏ ଭିଜନ ୨୦୨୪ ପାଇଁ ୧୬ ଓ ୧୯ ବର୍ଷରୁ କମ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶେଷ ଲିଗ ମ୍ୟାଚରେ ମୟୁରଭଞ୍ଜ – ଡ଼ି ମୟୁରଭଞ୍ଜ – ଏ କୁ ୭ ଉଇକେଟରେ ପରାସ୍ତ କରିଛି ଓ ପ୍ରଥମେ ବ୍ୟାଟିଂ କରି ମୟୁରଭଞ୍ଜ – ଏ ୨୧ ଓଭରରେ ସମସ୍ତ ଉଇକେଟ ହରାଇ ୮୩ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ଫାଇମ କାଦରୀ ସର୍ବାଧିକ ୩୯ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଯୁବରାଜ ପାତ୍ର ୩ ଟି ଏବଂ ଭରସ୍ନେୟ ବିନାୟକ ଦାସ ଓ ମହେଶ ବେହେରା ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ଓ ଉତରରେ ମୟୁରଭଞ୍ଜ – ଡ଼ି ୧୮ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ ଓ ଦଳ ପକ୍ଷରୁ ସୌଜିତ କୁମାର ବାରିକ ୨୮ ଓ ଅମର କୁମାର ସାହା ୨୧ ରନ କରିଥିବା ବେଳେ ବିପକ୍ଷ ଦଳର ମାନସ ରଂଜନ ପଟ୍ଟନାୟକ ୨ ଟି ଉଇକେଟ ଅକ୍ତିଆର କରିଥିଲେ ଓ ଯୁବରାଜ ପାତ୍ର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ଓ ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଙ୍ଗରେ ସହାୟତା କରିଥିଲେ ଓ ଜିଲ୍ଲା ଓକିଲ ସଂଘର ସଭାପତି ପ୍ରଦୀପ କୁମାର ରଥ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିବା ବେଳେ, ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ କ୍ରିକେଟ ସହ ସମ୍ପାଦକ ହର ପ୍ରସାଦ ପାତ୍ର ଉପସ୍ଥିତ ଥିଲେ ଓ ଆସନ୍ତା କାଲି ମୟୁରଭଞ୍ଜ – ବି ଓ ମୟୁରଭଞ୍ଜ- ଡ଼ି ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ମିଡ଼ିଆ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I