ବମ ମୟୂରଭଞ୍ଜ ପୁସ୍ତକମେଳା ଉଦଯାପିତ ବହିକୁ ବନ୍ଧୁ କରିଥିବା ଲୋକ ଜୀବନ ଯୁଦ୍ଧ୍ୟରେ ହାରେ ନାହିଁ
ବାରିପଦା : ନବମ ବାର୍ଷିକ ମୟୂରଭଞ୍ଜ ପୁସ୍ତକମେଳା ଆଜି ସଂଧ୍ୟାରେ ସ୍ଥାନୀୟ ଛଉପଡିଆ ଠାରେ ଉଦଯାପିତ ହୋଇଯାଇଛି । ପୁସ୍ତକ ମେଳା କମିଟିର ସଭାପତି ପଦ୍ମନାଭ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବହିକୁ ବନ୍ଧୁ କରିଥିବା ଲୋକ ଜୀବନ ଯୁଦ୍ଧ୍ୟରେ କେବେ ହାରେ ନାହିଁ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ମୁଖ୍ୟବକ୍ତା ଭାବରେ ଯୁଗଶ୍ରୀ ଯୁଗନାରୀ ପତ୍ରିକାର ସମ୍ପାଦିକା ସମାଜସେବୀ ମମତା ମହାପାତ୍ର ଏବଂ ସମ୍ମାନୀତ ଅତିଥି ଭାବରେ ଇନଟାକ୍ ମୟୂରଭଂଜ ଚ୍ୟାପଟର ର ଆବାହକ ମେଜର ରବିନ୍ଦ୍ର କୁମାର ପରିଡା, ପୁସ୍ତକ ମେଳା କମିଟିର ସମ୍ପାଦକ ଇଂ ମନୋଜ କୁମାର ଦଳ ବେହେରା ପ୍ରମୁଖ ଯୋଗଦେଇ ପୁସ୍ତକମେଳା ଭାଷା ସାହିତ୍ୟ ସଂସ୍କୃତିର ବିକାଶ ଦିଗରେ ଏକ ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ । ଏହି ଅବସରରେ ଜିଲ୍ଲାର ସର୍ବପୁରାତନ ବହି ଦୋକାନ ପୁସ୍ତକ ଭଣ୍ଡାର ର ତତ୍ୱାବଧାରକ ଦୋଳ ଗୋବିନ୍ଦ ଦାଶଙ୍କୁ ମୟୂରଭଂଜ ପୁସ୍ତକ ମେଳା ସମ୍ମାନ, ପ୍ରଗତିବାଦୀର ଜିଲ୍ଲା ପ୍ରତିନିଧି ସାମ୍ବାଦିକ ଦୀପକ କୁମାର ନାୟକଙ୍କୁ ବିତନୁ ନାୟକ ସ୍ମୃତି ଯୁବସମ୍ମାନ, କବୟତ୍ରୀ ପ୍ରିତିଲେଖା ଦାସଙ୍କୁ ମୀନତୀ ବେହେରା ସ୍ମୃତି ସମ୍ମାନ, ଜଗନ୍ନାଥ ସେବକ ସଂଜୀବ କୁମାର ମହାପାତ୍ରଙ୍କୁ ସେବକ ସମ୍ମାନ ପ୍ରଦାନ କରାଯାଇଥିଲା । ପୁସ୍ତକ ମେଳା ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ କ୍ରେତା ମାନଙ୍କ ଉଦ୍ଦେଶ୍ୟରେ ହୋଇଥିବା ଲଟେରୀ, ଦମ୍ପତି ମାନଙ୍କର ସେଲଫି ପ୍ରତିଯୋଗୀତା ଓ ମାଆ ମାନଙ୍କର ପିଠା ପ୍ରସ୍ଥୁତି ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ ସମରେନ୍ଦ୍ର ବସା ମଞ୍ଚକୁ ଅତିଥି ମାନଙ୍କୁ ଆମନ୍ତ୍ରଣ କରିଥିବା ବେଳେ, ସମ୍ପାଦକ ଇଂ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଉଦଯାପନୀ ପର୍ବ ପରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମରେ ସଦଶ୍ୟ ଅଜିତ କୁମାର କବାଟ, ଜୟନ୍ତ ଦ୍ୱାରୀ, କୈବଲ୍ୟ ପ୍ରସାଦ ମହାପାତ୍ର, ବାସନ୍ତାଲତା ମହାପାତ୍ର, ସୁପ୍ରିତୀ ଦଳବେହେରା, ସୁସ୍ମିତା ଘୋଷାଲ, ଗୋପାଳ ସାଓ, ଶିଉଲାଲ ମହାନ୍ତ, ବିଶେଶ୍ୱର ଦ୍ୱିବେଦୀ, ନିରୋଜ ପଣ୍ଡା, ସନ୍ଦୀପ ଚାନ୍ଦ, ଡ. ଶଶୀଧର ବିଶ୍ୱାଳ, ଦୀପକ ଦଣ୍ଡପାଟ, ସଂଯୁକ୍ତା ଚାନ୍ଦ, ସଂଜୀବ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।