କୋଭିଡ଼୍ ନିୟମ ଉଲ୍ଲଙ୍ଘନ କରି ବିବାହ କାର୍ଯ୍ୟ, ଆୟୋଜକଙ୍କୁ ୧୦ ହଜାର ଜରିମାନା
ସମ୍ବଲପୁର : ଆଜି ସ୍ଥାନୀୟ ମୁଦିପଡ଼ା ବିହାରୀପଡ଼ାରେ କୋଭିଡ଼୍ ନିୟମ ଉଲ୍ଲଙ୍ଘନ କରି ଏକ ବିବାହ କାର୍ଯ୍ୟ ଚାଲିଥିବା ବେଳେ ପୋଲିସ ପକ୍ଷରୁ ସେଠାରେ ଚଢ଼ଉ କରାଯାଇ ଆୟୋଜକଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା କରାଯାଇଛି ।
ସମ୍ୃକ୍ତ ଅଂଚଳର ଜଣେ ବ୍ୟକ୍ତି ନିଜ ଝିଅର ବାହଘର ପାଇଁ ଏହି ଆୟୋଜନ କରିଥିଲେ । ତେବେ ଏଥିପାଇଁ ସେ ପ୍ରଶାସନ ନିକଟରୁ ଆବଶ୍ୟକ ଅନୁମତି ନେଇନଥିଲେ । ବିବାହରେ ଶତାଧିକ ଲୋକଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଖବର ପାଇ ଟାଉନ୍ ପୋଲିସ ମାଜିଷ୍ଟ୍ରେଟଙ୍କ ସହ ଘଟଣାସ୍ଥଳରେ ପହଂଚି ଥିଲା । ଏବଂ କୋଭିଡ଼୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଆୟୋଜକଙ୍କୁ ୧୦ ହଜାର ଟଙ୍କା ଜରିମାନା କରିଥିଲା ।