ମାଲକାନଗିରିରେ ଏସଓଜି-ଡିଭିଏଫ୍ ଯବାନଙ୍କ ସହ ମାଓବାଦୀଙ୍କର ଗୁଳିବିନିମୟ
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । ବୁଲାବେଡ଼ା ଜଙ୍ଗଲରେ ମାଓ ଶିବିର ଚାଲିଥିବା ଖବର ପାଇ ସୁରକ୍ଷା ବାହିନୀ ଅପରେସନ୍ ଆରମ୍ଭ କରିଥିଲା । ଏସଓଜି ଓ ଡିଭିଏଫ୍ ଯବାନଙ୍କ ସହ ମାଓବାଦୀଙ୍କର ମୁହାଁମୁହିଁ ହୋଇଥିଲେ । ଯବାନଙ୍କୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ମାଓବାହିନୀ । ପାଲଟା ଜବାବରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ଏବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଏସଓଜି ଓ ଡିଭିଏଫ୍ ଯବାନ ଜୋରଦାର କରିଛନ୍ତି ।
ସୂଚନା ଯେ, ଜଙ୍ଗଲରେ ମାଓ ଶିବିର ଥିବା ସୂଚନା ପାଇ ଅପରେସନ ଆରମ୍ଭ କରାଯାଇଥିଲା। ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲରେ ଏସଓଜି ଓ ଡିଭିଏଫ୍ ବାହିନୀ ମିଲିତ ଭାବେ ଅପରେସନ ଆରମ୍ଭ କରିଥିଲା। ବୁଧବାର ସକାଳେ ପୋଲିସକୁ ଦେଖିବା ପରେ ମାଓବାଦୀ ପ୍ରଥମେ ଗୁଳିଚଳନା କରିଥିଲେ । ଯାହାର ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଏବେବି ଗୁଳିବିନିମୟ ଜାରି ରହିଛି। ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।