ମାଓ ପୋଷ୍ଟର : ପଂଚାୟତ ନିର୍ବାଚନ ବର୍ଜନ ଲାଗି ଲୋକଙ୍କୁ ଆହ୍ୱାନ
![](https://thetruths.in/wp-content/uploads/2022/01/Mao-Poster.jpg)
ବଲାଙ୍ଗୀର : ବଲାଙ୍ଗିର ଜିଲା ତୁରେକେଲା ଥାନା ସମରସିଂ ଗାଁରେ ମାଓ ପୋଷ୍ଟର ବ୍ୟାନର ଦେଖିବାକୁ ମିଳିଛି । ପଂଚାୟତ ନିର୍ବାଚନ ବର୍ଜନ କରିବାକୁ ଗାଁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ବ୍ୟାନର ପୋଷ୍ଟର ଓଡିଆ ଭାଷାରେ ଲେଖା ହୋଇଛି । ବଲାଙ୍ଗିର-ବରଗଡ-ମହାସମୁନ୍ଦ ଡିଭିଜନର ନାଁ ବ୍ୟାନର ପୋଷ୍ଟର ତଳେ ଲେଖା ହୋଇଛି । ତୁରେକେଲା ପୋଲିସ ଏସବୁ ପୋଷ୍ଟର ବ୍ୟାନର ଜବତ କରିଛି । ଏହା ପ୍ରକୃତରେ ମାଓବାଦୀଙ୍କ ବ୍ୟାନର ପୋଷ୍ଟର ନା ଲୋକଙ୍କୁ ଡରାଇବା ପାଇଁ ଉଦ୍ୟମ , ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।