ଆରମ୍ଭ ହେଲା ମଳ ମାସ : ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ, ନଚେତ ମାଡ଼ି ଆସିବ ଦାରିଦ୍ର୍ୟତା
![](https://thetruths.in/wp-content/uploads/2023/07/Malmas-2023-1024x576.jpg)
ଆଜିଠୁ ଆରମ୍ଭ ହୋଇଛି ମଳ ମାସ । ଏହି ମାସକୁ ପୁରୁଷତମ ମାସ ବୋଲି କୁହାଯାଏ । ମଳ ମାସରେ ଖାସ୍ କରି ବିବାହ ଓ ବ୍ରତଘର ପରି କୌଣସି ଶୁଭକାମ କରନ୍ତି ନାହିଁ ବୋଲି କୁହାଯାଏ। ମଳମାସ ଯୋଗୁଁ ୧୯ ବର୍ଷ ପରେ ଯୋଡ଼ା ଶ୍ରାବଣ ପଡ଼ିଛି । ଯୋଡ଼ା ମାସ ଯୋଗୁଁ ଜୁଲାଇ ୧୮ ରୁ ଅଗଷ୍ଟ ୧୬ ଯାଏ ମହାଦେବଙ୍କ ଉପରେ ଜଳାଭିଷେକ କରାଯାଇଥାଏ । ଅଗଷ୍ଟ ୧୬ ଯାଏଁ ପଡ଼ୁଛି ଯାଏ ପଡ଼ିବ ଏହି ମଳମାସ । ମଳମାସରେ ଭଗବାନ ଶିବ ଓ ବିଷ୍ଣୁଙ୍କୁ ପୂଜା କଲେ ଅତ୍ୟନ୍ତ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
ମଳମାସରେ କରନ୍ତୁ ଏହି କାମ କାମ ମିଳିବ ଶୁଭଫଳ :
-ମଳ ବା ପୁରୁଷୋତ୍ତମ ମାସରେ ପୂଣ୍ୟ ଅର୍ଜନ ପାଇଁ ଦାନ କରାଯାଏ ।
-ଅଭାବୀ ଲୋକଙ୍କୁ ଆପଣ ଏହି ମାସରେ ଖାଦ୍ୟ ପଦାର୍ଥ ଯେପରିକି ,ଚାଉଳ , ବିରି, ଡାଲି ଦାନ କରିଲେ ଅତ୍ୟନ୍ତ ପୁଣ୍ୟ ମିଳିଥାଏ ।
-ଦୀପଦାନ, ଗୋଦାନ, ପିତ୍ତଳ ପାତ୍ରରେ ତିଳଦାନ, ଧର୍ମପୁସ୍ତକ ଦାନ ଇତ୍ୟାଦି ମୁଖ୍ୟ ଦାନ ମଧ୍ୟ କରିପାରିବେ ।
-ଖାସ୍ କରି ଏହି ମାସରେ ବ୍ରହ୍ମଣଙ୍କୁ ଦାନ କଲେ କୋଟି ପୂର୍ଣ୍ଣ ମିଳିଥାଏ ।
-ପୁରୁଷୋତ୍ତମ ମାସରେ ପଡୁଥିବା ଦ୍ୱାଦଶୀ, ଚତୁର୍ଦ୍ଦଶୀ, ଅଷ୍ଟମୀ, ଅମାବାସ୍ୟା, ପୂର୍ଣିମା ତିଥି ଏବଂ ବ୍ୟତିପାତ ଓ ବୈଧୃତି ଯୋଗ ବିଶିଷ୍ଟ ଦିନ ଦାନ ପାଇଁ ସର୍ବୋତ୍ତମ । ଯାହା ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବ ।
-ମଳମାସରେ ଭଗବାନ ଶିବ ଓ ବିଷ୍ଣୁଙ୍କୁ ପୂଜା କରନ୍ତୁ । ଏବଂ ଗୀତା ପାଠ କରନ୍ତୁ ।
-ବରଗଛ ମୂଳରେ ସଂନ୍ଧ୍ୟା ସମୟରେ ଦୀପ ଜଳାନ୍ତୁ । ଆପଣଙ୍କ ଦୁଃଖ ,କଷ୍ଟ ଦୂର ହେବ।
-କୌଣସି କାର୍ଯ୍ୟକୁ ଯିବା ପୂର୍ବରୁ ମଥାରେ ଟିକା ଲଗାନ୍ତୁ । ଯାହା ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ।
-ଏହି ମାସରେ ଖାସ୍ କରି ଧାର୍ମିକ କାର୍ଯ୍ୟରେ ମନ ବଳାନ୍ତୁ ।
– ଏହି ମାସରେ ଆପଣ ଆମିଷ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ଏପରିକି ବିନା ପିଆଜ ଓ ରସୁଣରେ ଖାଦ୍ୟ ଖାଇବା ଭଲ ।
-ଏହି ମାସରେ ବିବାହ , ଘର ପ୍ରତିଷ୍ଠା ଓ ବ୍ରତଘର ପରି ଶୁଭକାର୍ଯ୍ୟ କରନ୍ତୁ ନାହିଁ।
ଏହି ମାସରେ ଘର, ଦୋକାନ ଏବଂ ନୂଆ ଗାଡି କିଣିବା ଉଚିତ୍ ନୁହେଁ।