ଆଜି ଦୁର୍ଗାଷ୍ଟମୀ : ଭକ୍ତଙ୍କୁ ଦର୍ଶନ ମନା, ଭୋଗ ଉପରେ ଲାଗିଛି କଟକଣା
![](https://thetruths.in/wp-content/uploads/2021/10/Maa-Durga-Mahastami-1024x575.jpg)
- ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ
ଆଜି ପବିତ୍ର ଦୁର୍ଗାଷ୍ଟମୀ । ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ । ଭକ୍ତଙ୍କୁ ଦର୍ଶନ ମନା। ଭୋଗ ଉପରେ ଲାଗିଛି କଟକଣା । ମହାମାରୀ କରୋନା କଟକଣା ପାଇଁ ସମ୍ପ୍ରତି ଫିକା ପଡିଛି ମା ଦୁର୍ଗାଙ୍କ ପୂଜା । କେବଳ ଶାସ୍ତ୍ର ଅନୁସାରେ ପୂଜା କରାଯିବା ପାଇଁ ପ୍ରଶାସନିକ ସ୍ତରରେ ଅନୁମତି ମିଳିଛି ।
ନବରାତ୍ରିର ଅଷ୍ଟମୀ ତିଥରେ ମା’ ଗୌରୀଙ୍କୁ ପୂଜା କରାଯାଏ। ଭବବାନ ଶିବଙ୍କୁ ପ୍ରାପ୍ତ କରିବା ପାଇଁ ଦେବୀ ମା’ ମହାଗୌରୀ ବହୁ କଷ୍ଟ କରିଥିଲେ। ଯେଉଁଥିରେ ତାଙ୍କ ଶରୀର ପୂରା କଳା ରଙ୍ଗ ପଡ଼ି ଯାଇଥିଲା। ତେବେ ଭଗବାନ ଶିବଙ୍କ ଦର୍ଶନ ଓ କୃପା ଦୃଷ୍ଟି ମା’ ଗୌରୀଙ୍କ ଉପରେ ପଡ଼ିବାରୁ ତାଙ୍କ ଶରୀର ଗୌରବଣ୍ଣ ଧାରଣ କଲା। ଏହା ସହ ତାଙ୍କ ନାଁ ଗୌରୀ ହେଲା। କୁହାଯାଏ ମାତା ସୀତା ପ୍ରଭୁ ଶ୍ରୀରାମଙ୍କୁପ ପାଇବା ପାଇଁ ମଧ୍ୟ ଏହି ପୂଜା କରିଥିଲେ। ମା’ ଗୌରୀ ଶ୍ବେତ ବଣ୍ଣ। ଏଣୁ ଶ୍ବେତ ରଙ୍ଗ ଏହି ଦିନ ଧାରଣ କରିବା ଅତ୍ୟନ୍ତ ଶୁଭଙ୍କର। ବିବାହକୁ ନେଇ ତମାମ ସମସ୍ୟା ଥିଲେ ଏହି ଦିନ ମା’ ଗୌରୀଙ୍କ ପୂଜା କରନ୍ତୁ। ସେହି ସବୁ ଦୂର ହୋଇଯିବ। ଜ୍ୟୋତିଷରେ ଏହାର ସମ୍ବନ୍ଧ ଶୁକ୍ର ଗ୍ରହ ସହ ଜଡ଼ିତ। ଅଷ୍ଟମୀରେ ମା’ ମହାଗୌରୀଙ୍କ ପୂଜା କରିବା ଅତ୍ୟନ୍ତ ଶୁଭଙ୍କର। ଏହି ପୂଜା ଦ୍ବାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ। ମନରେ ଉତ୍ତମ ଚିନ୍ତାଧାରା ସୃଷ୍ଟି ହୁଏ। ମା’ ମହାଗୌରୀ ସବୁ ପ୍ରକାର ନକାରାତ୍କକ ଚିନ୍ତା ମନରୁ ଦୂର କରନ୍ତି। ମା’ଙ୍କ ପୂଜା କରୁଥିଲେ ହଳଦିଆ ବସ୍ତ୍ର ପିନ୍ଧି ପୂଜା କରନ୍ତୁ। ମା’ଙ୍କ ସମ୍ମୁଖରେ ଦୀପ ଜାଳନ୍ତୁ। ପୂଜାରେ ମା’ଙ୍କୁ ହଳଦିଆ ନଚେତ ଧଳା ଫୁଲ ଅର୍ପଣ କରନ୍ତୁ। ଏହା ପରେ ମହାଗୌରୀଙ୍କ ମନ୍ତ୍ରକୁ ଜପ କରନ୍ତୁ।
‘ଦୁର୍ଗା ଅଷ୍ଟମୀ’ ବା ‘ମହା ଅଷ୍ଟମୀ’ ହେଉଛି ଦଶ ଦିନ ବିଶିଷ୍ଟ ଦୁର୍ଗାପୂଜାର ଏକ ସ୍ୱତନ୍ତ୍ର ଦିନ। ଏହି ଦିନ ଶ୍ରଦ୍ଧାଳୁମାନେ ଜଗତ୍ ଜନନୀ ମାଆ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଏହି ଦିନକୁ ‘ଅସ୍ତ୍ର ପୂଜା’ ବୋଲି ମଧ୍ୟ କୁହାଯାଏ। ମାଆ ଦୁର୍ଗାଙ୍କର ଅସ୍ତ୍ର ସବୁ ଏହି ଦନରେ ପୂଜା କରାଯାଇ ଥାଏ। ମାଆ ଦୁର୍ଗାଙ୍କର ଏହି ଦିନକୁ ଏହି କେହି ‘ବୀର ଅଷ୍ଟମୀ’ ବୋଲି ମଧ୍ୟ କହିଥାନ୍ତି। ହିନ୍ଦୁ କ୍ୟାଲେଣ୍ଡର୍ ଅନୁସାରେ ଚୈତ୍ର ମାସର ଅଷ୍ଟମୀ ତୀଥିକୁ ‘ଦୁର୍ଗାଷ୍ଟମୀ’ ବୋଲି ଗ୍ରହଣ କରାଯାଏ। ବିଶ୍ୱାସ ରହିଛି ଯେ ୬୪ ଗୋଗିନୀ ଓ ଅଷ୍ଟନାୟିକାଙ୍କୁ ଦେବୀକ ଭାବେ ଅରାଧନା କରାଯାଏ। ଏହି ଅଷ୍ଟନାୟିକାଙ୍କୁ ଅଷ୍ଟ ଶକ୍ତି ବୋଲି ମଧ୍ୟ କୁହାଯାଏ। ଏହି ଅଷ୍ଟ ଶକ୍ତି ହେଉଛନ୍ତି ବ୍ରାହ୍ମିଣୀ, ମହେଶ୍ୱରୀ, କୌମାରୀ, ବୈଷ୍ନବୀ, ବରାହୀ, ନରସିଂହି, ଇନ୍ଦ୍ରାଣୀ ଏବଂ ଚାମୁଣ୍ଡା। ବିଶେଷ କରି ଉତ୍ତର ଭାରତର ଲୋକେ ଦୁର୍ଗାଷ୍ଟମୀକୁ ବେଶ୍ ଧୁମ୍ଧାମରେ ପାଳନ କରିଥାନ୍ତି। ଏହି ଦିନ ଲୋକେ ୫-୬ ଜଣ ବିଶିଷ୍ଟ ଯୁବତୀମାନଙ୍କର ଏକ ଦଳକୁ ଘରକୁ ନିମନ୍ତ୍ରଣ କରିଥାନ୍ତି। ସେମାନଙ୍କୁ ସ୍ୱାଗତ କରି ଘରକୁ ପାଛୋଟି ନିଅନ୍ତି। ସେମାନଙ୍କୁ ଆପାୟିତ କରାଇ ଛୋଟ ଛୋଟ ଉପହାର ଦେଇ ପ୍ରୀତ କରାନ୍ତି। ବିଶ୍ୱାସ କରାଯାଏ ଯେ ସେହି ସମସ୍ତ ଯୁବତୀଙ୍କ ଭିତରେ ମାଆ ଦୁର୍ଗା ଅଛନ୍ତି।