ଆସନ୍ତୁ ଜାଣିବା କେଉଁ ଗ୍ରହ ପାଇଁ କେଉଁ ରଙ୍ଗର ଧାଗା ବାନ୍ଧିବା ଉଚିତ !
ବନ୍ଧୁଗଣ ଜ୍ୟୋତିଶ ଶାସ୍ତ୍ରରେ କୁହାଯାଇଛି ଯେ ହାତରେ ନାଲି ରଙ୍ଗର ରକ୍ଷାସୂତା (ଧାଗା) ବାନ୍ଧିବା ଶୁଭ ହୋଇଥାଏ । ଆମେ ବହୁତ ଲୋକଙ୍କୁ ଲାଲ, କଳା, ହଳଦିଆ ରଙ୍ଗର ଧାଗା ବାନ୍ଧିଥିବାର ଦେଖିଥାଉ। ଏମାନଙ୍କ ମଧ୍ୟରୁ କେତେ ଲୋକ କେବଳ ନିଜ ଇଚ୍ଛା କାରଣରୁ ଏହି ପରି ଡୋରି ବାନ୍ଧିଥାନ୍ତି । କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଧାର୍ମିକ ମନ୍ୟତା ଅନୁସାରେ ନିଜ ହାତରେ ଏହି ପରି ଧାଗା ବାନ୍ଧିଥାନ୍ତି । ତେବେ ଦେବତା ଓ ସବୁ ଗ୍ରହ ନକ୍ଷତ୍ର ମାନଙ୍କ ଅନୁସାରେ ବାନ୍ଧନ୍ତୁ ରକ୍ଷାସୂତା (ଧାଗା)। ତା ପରେ ଦେଖନ୍ତୁ ଚମତ୍କାର। ହିନ୍ଦୁ ଧର୍ମରେ ଲୋକମାନେ ହାତରେ ରକ୍ଷାସୂତା ବା ମୋଳିସୂତା ବାନ୍ଧିଥାନ୍ତି । ଏହି ସୂତା ଜାତକର ରାଶି, ଗ୍ରହ, ନକ୍ଷତ୍ର ଓ ଇଷ୍ଟ ଦେବତାଙ୍କ ରଙ୍ଗ ଅନୁସାରେ ବନ୍ଧାଯାଏ । ରକ୍ଷାସୂତା ବାନ୍ଧିଲେ ବ୍ୟକ୍ତିର କଷ୍ଟ ଓ ପୀଡା ଦୂର କରିବା ସହିତ ସବୁ ସଙ୍କଟରୁ ମଧ୍ୟ ରକ୍ଷା କରିଥାଏ । ଯେପରିକି ଛୋଟ ପିଲାମାନଙ୍କର ହାତରେ ବା ବେକରେ କଳା ରଙ୍ଗର ସୂତା ବନ୍ଧାଯାଏ, ଯାହା କି ଏହା ଖରାପ ଦୃଷ୍ଟି ବା ନଜରରୁ ରକ୍ଷା କରେ । ସେହିପରି ଅନ୍ୟ ରଙ୍ଗର ସୂତା ମଧ୍ୟ ଅନେକ ପ୍ରକାର ବାଧା ଓ କଷ୍ଟରୁ ରକ୍ଷା କରେ । କିନ୍ତୁ ଜାତକ ଅନୁସାରେ ନିଜର ଇଷ୍ଟ ଦେବତା, ରାଶି, ଗ୍ରହ ଓ ନକ୍ଷତ୍ରଙ୍କ ରଙ୍ଗ ଅନୁସାରେ ହିଁ ରକ୍ଷା ସୂତା ପିନ୍ଧିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଜାତକର ରାଶି, ଗ୍ରହ, ନକ୍ଷତ୍ର ଓ ଦେବତାଙ୍କ ପାଇଁ କେଉଁ ରଙ୍ଗର ମୋଳିସୂତା ବା ରକ୍ଷାସୂତା ବାନ୍ଧିବା ଉଚିତ୍ :-
୧-ରବିଗ୍ରହ ଓ ଭଗବାନ ଶ୍ରୀରାମଙ୍କ କୃପା ପାଇବା ପାଇଁ କମଳା ରଙ୍ଗର ରକ୍ଷାସୂତା ବାନ୍ଧିବା ଉଚିତ୍ ।
୨-ଚନ୍ଦ୍ର ଗ୍ରହ ଓ ଭଗବାନ ଶିବଙ୍କ କୃପା ପାଇବା ପାଇଁ ଧଳା ରଙ୍ଗର ରକ୍ଷାସୂତା ବାନ୍ଧିବା ଉଚିତ୍ ।
୩-ମଙ୍ଗଳ ଗ୍ରହ ଓ ଭଗବାନ ଶ୍ରୀ ହନୁମାନଙ୍କ କୃପା ପାଇବା ପାଇଁ ଲାଲ୍ ରଙ୍ଗର ରକ୍ଷାସୂତା ବାନ୍ଧିବା ଉଚିତ୍ ।
୪-ବୁଧ ଗ୍ରହଙ୍କ କୃପା ପାଇବା ପାଇଁ ଶାଗୁଆ ରଙ୍ଗର ରକ୍ଷାସୂତା ବାନ୍ଧିବା ଉଚିତ୍ ।
୫-ଗୁରୁ ଗ୍ରହ ଓ ଭଗବାନ ବିଷ୍ଣୁଙ୍କ କୃପା ପାଇବା ପାଇଁ ହଳଦିଆ ରଙ୍ଗର ରେଶମ ରକ୍ଷାସୂତା ବାନ୍ଧିବା ଉଚିତ୍ ।
୬-ଶୁକ୍ର ଗ୍ରହ ଓ ଦେବୀ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଧଳା ରଙ୍ଗର ରେଶମ ରକ୍ଷାସୂତା ବାନ୍ଧିବା ଉଚିତ୍ ।
୭-ଶନି ଗ୍ରହଙ୍କ କୃପା ପାଇବା ପାଇଁ କଳା ବା ନୀଳ ରଙ୍ଗର ରକ୍ଷାସୂତା ବାନ୍ଧିବା ଉଚିତ୍ ।
୮-ରାହୁ ଗ୍ରହ ଓ ଭଗବାନ ଭୈରବଙ୍କ କୃପା ପାଇବା ପାଇଁ ପଞ୍ଚରଙ୍ଗୀ ବା କଳା ରଙ୍ଗର ରକ୍ଷାସୂତା ବାନ୍ଧିବା ଉଚିତ୍ ।
୯-କେତୁ ଗ୍ରହ ଓ ମାତାଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ପଞ୍ଚରଙ୍ଗୀ ବା ଧଳା ଓ ହଳଦୀ ରଙ୍ଗର ରକ୍ଷାସୂତା ବାନ୍ଧିବା ଉଚିତ୍ ।
(ବି:ଦ୍ର: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ବୋଲି ଦାବି କରୁନାହୁଁ। ଗ୍ରହଣ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। )
ବନ୍ଧୁଗଣ ଆମେ ଆଶା କରୁଛୁ କି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ ସହ କମେଣ୍ଟ କରନ୍ତୁ । ଧନ୍ୟବାଦ !!!