ଆସନ୍ତୁ ଜାଣିବା ଗର୍ଭାବସ୍ଥାର କେତୋଟି ଲକ୍ଷଣ ବିଷୟରେ
ମା’…. ଏ ଡାକରେ ଭରି ରହିଥାଏ ଅଫୁରନ୍ତ ଆନନ୍ଦ । ମା’ ହେବା ପରେ ଦୁନିଆର ସବୁ ଖୁସି ହାତ ମୁଠାରେ ପାଇଗଲା ଭଳି ଲାଗେ । କହିବା ବାହୂଲ୍ୟ ଯେ ନାରୀ ଜୀବନ ସାର୍ଥକ ହୋଇଥାଏ । ଗର୍ଭାବସ୍ଥା ଏକ ପ୍ରାକୃତିକ ପର୍ଯ୍ୟାୟ ଅଟେ । ଗର୍ଭାବସ୍ଥାରେ ଶାରୀରିକ ଗଠନରେ ପରିବର୍ତ୍ତନ ଆସେ । ଗର୍ଭାବସ୍ଥାରେ କେତେକ ମହିଳାଙ୍କ ଠାରେ ସମସ୍ୟା ଦେଖାଦେଇଥାଏ ଆଉ କେତେକଙ୍କଠାରେ ଦେଖାଯାଏ ନାହିଁ । ତେବେ ଗର୍ଭାବସ୍ଥାର କେତୋଟି ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା ।
କେତୋଟି ସାଧାରଣ ଲକ୍ଷଣ :
- ମାସିକ ରଜସ୍ରାବ ବନ୍ଦ ହେବା ଗର୍ଭାବସ୍ଥାର ପ୍ରଥମ ଲକ୍ଷଣ ଅଟେ । କେତେକଙ୍କ ଠାରେ ଏହାର ବ୍ୟତିକ୍ରମ ଘଟିଥାଏ, କିନ୍ତୁ କମ୍ ପରିମାଣରେ ସ୍ରାବ ହୋଇଥାଏ ।
- କ୍ଳାନ୍ତି ଅନୁଭବ କରିବା ପ୍ରାଥମିକ ଲକ୍ଷଣ ଅଟେ ।
- ଗର୍ଭାବସ୍ଥାରେ ପିଠି ଏବଂ କମର ଯନ୍ତ୍ରଣା ହେବା ଏକ ସାଧାରଣ କଥା ଅଟେ ।
- ବାରମ୍ବାର ପରିସ୍ରାବ ଲାଗେ । ଅଧିକାଂଶଙ୍କ ମୂତ୍ରାଶୟ ଶୂନ୍ୟ ହେବା ଭଳି ଅନୁଭବ ହୁଏ ।
- ଚା’-କଫି ଭଳି କେତୋଟି ଜିନିଷ ପ୍ରତି ଋଚି କମିଯାଏ ।
- ଗର୍ଭବତୀ ହେବା ପରେ ଆପଣଙ୍କ ସ୍ତନରେ ପରିବର୍ତ୍ତନ ଆସେ । କାରଣ ଶିଶୁକୁ ଖାଦ୍ୟ ଯୋଗାଇବା ପାଇଁ ତାହା କ୍ଷୀର ପ୍ରସ୍ତୁତ ହେବାକୁ ଲାଗେ । ଯନ୍ତ୍ରଣା, ଆକାର ବୃଦ୍ଧି,
- ସ୍ପର୍ଶକାତର, କୁଣ୍ଡେଇ ହେବା ଏବଂ ଷ୍ଟ୍ରେଚମାର୍କ୍ସ ଆଦି ପରିବର୍ତ୍ତନ ଦେଖାଦେଇଥାଏ ।
- ପର୍ଣ୍ଣକୋଷ ସ୍ରାବ ବୃଦ୍ଧି ହୋଇଥାଏ । ଏହା କୁଣ୍ଡେଇ ହେଲେ, ପୋଡ଼ାଜଳା ହେଲେ କିମ୍ବା ଦୁର୍ଗନ୍ଧ ହେଲେ, ସଂକ୍ରମଣ ହୋଇଛି ବୋଲି ଜାଣି ରଖନ୍ତୁ ଏବଂ ତୁରନ୍ତୁ ଏହାର ଚିକିତ୍ସା କରନ୍ତୁ ।