ଭଦ୍ରକ : ୦୪.୪.୨୩ ରିଖ । ଗତ କାଲି ୦୩.୦୪.୨୦୨୩ ରିଖ ସୋମବାର ଦିନ ଜିଲ୍ଲା କୋର୍ଟ ପରିସରରେ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷା ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆଇନ୍ ସେବା ପ୍ରାଧିକରଣଙ୍କର ସଚିବ ଶ୍ରୀମତୀ ନେହା ଅଗ୍ରୱାଲ ପରିଚାଳନା କରିଥିଲେ । ଏହି ସଚେତନତା ଶିବିରରେ ଜିଲ୍ଲାକୋର୍ଟ ସମସ୍ତ ବିଚାରପତି ବୃନ୍ଦ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ଏଫ୍.ଆଇ.ଆର, ବେଲ୍, ସମନ୍, ୱାରେଣ୍ଟ, ଅପିଲ୍ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇନ୍ଜୀବି ମାନେ ଯୋଗଦେଇ ସଫଳ କରାଇଥିଲେ ।
Post Views: 88,862