ରାଜ୍ୟରେ ରେମଡେସିଭର ଅଭାବ
ଭୁବନେଶ୍ୱର : ରାଜ୍ୟରେ ରେମଡେସିଭର ଅଭାବ ରହିଛି । କେନ୍ଦ୍ର ସରକାର ନିଜେ ଏହାର ବିତରଣ କରୁଛନ୍ତି । ଏହାର ବହୁତ ଅବଶ୍ୟକତା ରହୁଛି । ଏପ୍ରିଲ ୨୧ରୁ ୩୦ ତାରିଖ ଯାଏଁ ଆମକୁ ୨୧ ହଜାର ଭାଏଲ ଦେବାକୁ କେନ୍ଦ୍ର କହିଛି ବୋଲି ଡ୍ରଗ୍ସ କେଂଟ୍ରାଲର ଅନ୍ନଦା ଶଙ୍କର ଦାସ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ପ୍ରତିଦିନ କିଛି କିଛି ରେମଡିସିଭର ଆସୁଛି । ଗତକାଲି ରାଜ୍ୟରେ ରେମଡେସିଭର ୨ହଜାର ଭାଏଲ ଆବଶ୍ୟକତା ଥିବା ବେଳେ ମାତ୍ର ୯୨ ଭାଏଲ ମିଳିଛି । ଆମେ କେବଳ ଘରୋଇ ହସ୍ପଟାଲକୁ ଦେଉଛୁ । ସରକାରୀ ହସ୍ପିଟାଲକୁ ରାଜ୍ୟ ଔଷଧ ନିଗମ ଦେବ । ହେଲେ, ଘରୋଇ ମେଡିସିନ ଦୋକାନ ଏହା ରଖି ପାରିବେ ନାହିଁ । ତେବେ ରାଜ୍ୟରେ ଫାବିଫ୍ଲୁର ଅଭାବ ନାହିଁ । ରାଜ୍ୟରେ ଚିହ୍ନଟ ହୋଇଥିବା ଘରୋଇ ମେଡିସିନ୍ ଦୋକାନରେ ମିଳିପାରିବ । ରାଜ୍ୟରେ ଫାବିପ୍ଲୁ ବିକିବାକୁ ୧୧୨୦ ଦୋକାନ ଚିହ୍ନଟ ହୋଇଛି । ସେହିପରି ଭୁବନେଶ୍ୱରରେ ୪୦ଟି ଦୋକାନ ଚିହ୍ନଟ ହୋଇଛି ବୋଲି ସେ କହିଛନ୍ତି ।