୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣରେ ବିଳମ୍ବ!
ଭୁବନେଶ୍ୱର : ଟିକା ଆସିବାରେ ବିଳମ୍ବ ହେଉଥିବାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣରେ ବିଳମ୍ବ ହୋଇପାରେ । ଏହି ଆଶଙ୍କା ପ୍ରକାଶ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେ କହିଛନ୍ତି ଯେ ମେ ମାସରେ କୋଭିସିଲ୍ଡ ଟିକା ପହଂଚିବା ସମ୍ଭାବନା କ୍ଷୀଣ ଥିବାବେଳେ ମାସର ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ ଆସିବାର ସମ୍ଭାବନା ରହିଛି । ଟିକା ଆସିବା ପରେ ହିଁ ଟିକାକରଣ ଆରମ୍ଭ କରାଯିବ । ସେହିପରି ଫେଜ୍-୩ ଟିକାକରଣ ପାଇଁ କାଲିଠାରୁ ପଞ୍ଜୀକରଣ ଆରମ୍ଭ ହେବ । କୋୱିନ ପୋର୍ଟାଲକୁ ଯାଇ ସମସ୍ତେ ପଞ୍ଜୀକରଣ କରିପାରିବେ । ଏହି ପ୍ରକ୍ରିୟା ୨୮ ତାରିଖ ଅର୍ଥାତ ଆସନ୍ତା କାଲି ଠାରୁ ଆରମ୍ଭ ହେବ । କିନ୍ତୁ ଟିକା ନେବା ପାଇଁ ଏବେ ସ୍ଲଟ ଆପଏଣ୍ଟମେଣ୍ଟ ମିଳିବ ନାହିଁ । ଟିକା ଆସିବା ପରେ ହିଁ ପୋର୍ଟାଲ ମାଧ୍ୟମରେ ସ୍ଲଟ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।