କେଟିଏଲ ଖଣି ଖନନର ପୂଜାପାଠ : ପ୍ରଥମ ପର୍ଯ୍ୟାୟରେ ୧୫୧ କର୍ମଚାରୀଙ୍କୁ ନିଯୁକ୍ତି
କଟକ : ଓଡିଶା ଖଣି ନିଗମ (ଓଏମସି) ଦକ୍ଷିଣ କାଳିଆପାଣି କ୍ରୋମାଇଟ ଖଣି ଡି କ୍ୱାରିରେ ନୂତନ କମ୍ପାନୀଭାବେ କାଣ୍ଡୋଇ ଟ୍ରାନ୍ସପୋର୍ଟ ଲିମିଟେଡ (କେଟିଏଲ) ପକ୍ଷରୁ ଅଧ୍ୟକ୍ଷ ଗଣେଷ ପ୍ରସାଦ କାଣ୍ଡୋଇଙ୍କ ପୌରହିତ୍ୱରେ ଖଣି ଖନନର ପୂଜା ପାଠ କରାଯାଇଛି ।
କାର୍ଯ୍ୟକ୍ରମରେ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଂଘର ପ୍ରତିଷ୍ଠାତା ତଥା ପୂର୍ବତନ ମନ୍ତ୍ରୀ ଡଃ ପ୍ରଫୁଲ ଚନ୍ଦ୍ର ଘଡାଇ ମୁଖ୍ୟଅତିଥିଭାବେ ଯୋଗଦେଇ କର୍ମଚାରୀ ଓ ଶ୍ରମିକ ନିୟୋଜନର ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ । ଶ୍ରମିକ ସଂଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ଓଏମସିର ବରିଷ୍ଠ ଖଣି ପ୍ରବନ୍ଧକ ଇଂ ଗଣେଶ୍ୱର ଭୂୟାଁ, କେଟିଏଲ ଅଧ୍ୟକ୍ଷଙ୍କ ସହଧର୍ମିଣୀ ରତ୍ନା କାଣ୍ଡୋଇ, ନିର୍ଦ୍ଦେଶକ ନବୀନ କାଣ୍ଡୋଇ, ଯୁଗ୍ମ ନିର୍ଦ୍ଦେଶିକା ନିଲମ କାଣ୍ଡୋଇ, ପ୍ରକ୍ଳପ ଓ ଉତ୍ପାଦନ ମହାପ୍ରବନ୍ଧକ ସୁବାଷ କାଣ୍ଡୋଇ, କର୍ପୋରେଟ ମହାପ୍ରବନ୍ଧକ ଅରୁଣ କୁମାର ଦାସ, ଆଇନ ପରାମର୍ଶ ଦାତା ପ୍ରଦୀପ କୁମାର ରାୟ, ମହାପ୍ରବନ୍ଧକ ବିନୋଦ ଶର୍ମା, ପ୍ରକ୍ଳପ ପ୍ରବନ୍ଧକ ଅରୁଣ କୁମାର ସୋନୀ, ଶ୍ରମିକ ନେତା ଭରତ ଚନ୍ଦ୍ର ମହାନ୍ତ, ବିଦ୍ୟାଧର ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭଗବତୀ ମହାନ୍ତ, ସମିତି ସଭ୍ୟ ସାଲୁକା ହନହାଗା, ସ୍ଥାନୀୟ ସରପଂଚ ବିକାଶ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଖାଦାନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ମଧ୍ୟରୁ ୨୫୦ ଜଣ କର୍ମଚାରୀ କେଟିଏଲ ଖାଦାନରେ କାର୍ଯ୍ୟକରିବା ପାଇଁ ଚୁକ୍ତିପତ୍ର ଶ୍ରମିକ ସଂଘ ସହ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୫୧ଜଣ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ମିଳିଛି ଏବଂ ପରବର୍ତୀ ପର୍ଯ୍ୟାୟରେ ଅବଶିଷ୍ଟ କର୍ମଚାରୀ ନିଯୋଜିତ ହେବେ, ଏଥିସହିତ ସ୍ଥାନୀୟ ଅଚଂଳର ବିକାଶ କ୍ଷେତ୍ରରେ କେଟିଏଲ ସଦା ସର୍ବଦା ପ୍ରସ୍ତୁତ ଅଛି ବୋଲି ଅଧକ୍ଷ ଶ୍ରୀ କାଣ୍ଡୋଇ କହିଛନ୍ତି ।