ବସନ୍ତ ପଞ୍ଚମୀ କାହିଁକି ପାଳନ କରାଯାଏ ? ଜାଣନ୍ତୁ ସରସ୍ୱତୀ ପୂଜାର ମହତ୍ତ୍ୱ ଓ ପୂଜା ବିଧି
![](https://thetruths.in/wp-content/uploads/2023/01/Vasant-Panchami-1024x576.jpg)
ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ପ୍ରତିବର୍ଷ ବସନ୍ତ ପଞ୍ଚମୀର ପବିତ୍ର ପର୍ବ ମାଘ ମାସ ଶୁକ୍ଲ ପାକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ, ଯାହା ଶ୍ରୀପଞ୍ଚମୀ ଏବଂ ସରସ୍ୱତୀ ପଞ୍ଚମୀ ନାମରେ ମଧ୍ୟ ଜଣାଶୁଣା। ଏହି ଦିନ ମା’ ସରସ୍ୱତୀଙ୍କ ଅବତାର ଦିବସ ଭାବରେ ପାଳନ କରାଯାଏ। ସେଥିପାଇଁ ଜ୍ଞାନର ଦେବୀ ସରସ୍ୱତୀଙ୍କୁ ଏହି ଦିନ ପୂଜା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯେଉଁମାନେ ଜ୍ଞାନ, ବକ୍ତବ୍ୟ ଏବଂ କଳା ପ୍ରତି ଆଗ୍ରହୀ ସେମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର। ଏଥର ବସନ୍ତ ପଞ୍ଚାମୀର ପର୍ବ ଆଜି ଅର୍ଥାତ୍ ୨୬ ଜାନୁଆରୀରେ ପାଳନ କରାଯିବ। ଶାସ୍ତ୍ରରେ ବସନ୍ତ ପଞ୍ଚମୀଙ୍କୁ ଋଷି ପଞ୍ଚମୀଙ୍କ ସହ ଉଲ୍ଲେଖ କରାଯାଇଛି। ଆସନ୍ତୁ ଜାଣିବା ବସନ୍ତ ପଞ୍ଚମୀ କାହିଁକି ପାଳନ କରାଯାଏ ଏବଂ ସରସ୍ୱତୀ ପୂଜାର ମହତ୍ତ୍ୱ କ’ଣ ଓ ପୂଜା ବିଧି ?
କିମ୍ବଦନ୍ତୀ ଅନୁଯାୟୀ ଥରେ ବ୍ରହ୍ମାଜୀ ବିଶ୍ୱ ପରିଦର୍ଶନ କରିବାକୁ ଯାଇଥିଲେ। ଯେତେବେଳେ ବ୍ରହ୍ମା ବିଶ୍ୱ ବ୍ରହ୍ମାଣ୍ଡରେ ଭ୍ରମଣ କରୁଥିଲେ ସେହି ସମୟରେ ପୁରା ବ୍ରହ୍ମାଣ୍ଡ ନୀରବ ଅବସ୍ଥାରେ ରହିଥିଲେ। ଅର୍ଥାତ ପୁରା ବ୍ରହ୍ମାଣ୍ଡରେ ନୀରବତାର ରାଜୁତି ରହିଥିଲା। ଏପରି ସ୍ଥିତି ଦେଖିବା ପରେ ସଂସାର ଗଠନରେ କିଛି ଟା ଅଭାବ ରହିଥିବା ନେଇ ବ୍ରହ୍ମା ଅନୁଭବ କରିଥିଲେ। ଗୋଟିଏ ସ୍ଥାନରେ ବ୍ରହ୍ମ ଛିଡ଼ା ହୋଇଯାଇଥିଲେ। ଆଉ ନିଜ କମଣ୍ଡଳରୁ କିଛି ଜଳ କାଢି ଚତୁର୍ଦ୍ଦିଗ ପାଣି ସିଞ୍ଚନ କରିଦେଇଥିଲେ। ଏହି ଜଳରୁ ଏକ ମହାନ ଜ୍ୟୋତିପୁଞ୍ଜ ଉତ୍ପନ୍ନ ହୋଇଥିଲା। ସେହି ଜ୍ୟୋତିପୁଞ୍ଜରୁ ଜଣେ ଦେବୀ ଆବିର୍ଭାବ ହୋଇଥିଲେ। ଦେବୀ ସରସ୍ୱତୀଙ୍କ ହାତରେ ବୀଣା ଆଉ ମୁଖମଣ୍ଡଳରେ ତେଜ ରହିଥିଲା। ଏଥିପାଇଁ ଏହି ଦିନ ମା ସରସ୍ୱତୀଙ୍କ ଧରାବତରଣ ଦିବସ ଭାବେ ପୂଜା କରାଯାଇଥାଏ।
ଆବିର୍ଭାବ ହେବା ପରେ ଦେବୀ ସରସ୍ୱତୀଙ୍କୁ ବ୍ରହ୍ମା କହିଥିଲେ କି ଏହି ସଂସାରରେ ସମସ୍ତ ଲୋକ ମୁକ ଅବସ୍ଥାରେ ରହିଛନ୍ତି। ପରସ୍ପର ପରସ୍ପର ମଧ୍ୟରେ କୌଣସି ପ୍ରକାର କଥାବାର୍ତ୍ତା ହୋଇ ପାରୁନାହାନ୍ତି। ଏମାନେ କେବଳ ଚଳପ୍ରଚଳ କରିଆସୁଛନ୍ତି। ଏହି ସମୟରେ ସରସ୍ୱତୀ ବ୍ରହ୍ମାଙ୍କୁ ପଚାରିଥିଲେ କି ମୁଁ ଏହି ସମସ୍ୟାର ସମାଧାନ ପାଇଁ ଆପଣଙ୍କର କି ସେବା କରିପାରିବି। ସରସ୍ୱତୀଙ୍କ ଏହି ପ୍ରଶ୍ନ ଶୁଣି ବ୍ରହ୍ମା କହିଥିଲେ କି ଆପଣ ବୀଣା ବଜାଇ ଏପରି କିଛି ଧ୍ୱନୀ ସୃଷ୍ଟି କର ଯାହା ବଳରେ ଏମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିପାରିବେ। ଏହି ନିର୍ଦ୍ଦେଶ ଶୁଣିବା କ୍ଷଣି ସରସ୍ୱତୀ ବୀଣା ବଜାଇ ଧ୍ୱନୀ ସୃଷ୍ଟି କରିଥିଲେ। ପୁରାଣ ଅନୁଯାୟୀ କୁହାଯାଏ କି ଏହି ଧ୍ୱନୀ ଶୁଣିବା ପରେ ମାନବ ଜଗତ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିବା ଆରମ୍ଭ କରିଦେଇଥିଲେ।
ପୂଜାର ମହତ୍ତ୍ୱ :
ଧାର୍ମିକ ବିଶ୍ୱାସ ଅନୁଯାୟୀ, ଦେବୀ ସରସ୍ୱତୀଙ୍କୁ ଉଭୟ ଦେବୀ ଏବଂ ଅସୁର ପୂଜା କରନ୍ତି। ଏହି ଦିନ ସମସ୍ତେ ନିଜ ଘର, ବିଦ୍ୟାଳୟ, କଲେଜ, କର୍ମକ୍ଷେତ୍ରରେ ମାତା ସରସ୍ୱତୀଙ୍କୁ ପୂଜା କରନ୍ତି। ଏହି ଦିନ ଦେବୀ ସରସ୍ୱତୀଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ଏବଂ ଅନ୍ୟାନ୍ୟ ଶୃଙ୍ଗାର ସାମଗ୍ରୀ ମଧ୍ୟ ପ୍ରଦାନ କରନ୍ତୁ। ଆହୁରି ମଧ୍ୟ ଦେବୀଙ୍କ ପାଦରେ ଗୁଲାଲ ଲଗାନ୍ତୁ ଏବଂ ତାଙ୍କୁ ଧଳା ରଙ୍ଗର ପୋଷାକ ଦିଅନ୍ତୁ ।
ପୂଜା ବିଧି :
ସକାଳେ ସ୍ନାନ କରି ମା ସରସ୍ବତୀଙ୍କୁ ପୂଜା କରନ୍ତୁ । ପୂଜା ସ୍ଥାନରେ ବାଦ୍ୟ ଯନ୍ତ୍ର ,ପୁସ୍ତକ ଓ କଲମ ଆଦି ରଖିପାରିବେ । ମା’ ସରସ୍ବତୀଙ୍କୁ ହଳଦିଆ ଚନ୍ଦନ, ଶୁଭ୍ର ବା ହଳଦିଆ ପୁଷ୍ପ ଦେଇ ପୂଜାର୍ଚ୍ଚନା କରନ୍ତୁ । ପ୍ରସାଦ ଭାବେ ହଳଦିଆ ବୁନ୍ଦି, ଲଡ଼ୁ ବା ଫଳ ଦେଇ ଉପାସନା କରାଯାଇଥାଏ । ମା’ ସରସ୍ୱତୀଙ୍କ ମୂଳ ମନ୍ତ୍ର ‘ଓମ୍ ସରସ୍ୱତ୍ୟୟେ ନମଃ’ ହଳଦିଆ ମାଳାରେ ଜପିବା ସର୍ବୋତ୍ତମ ଅଟେ । ପୂଜା ସ୍ଥଳରେ ଛୋଟ ଛୋଟ ପିଲାଙ୍କୁ ବସେଇ ପାରିବେ । କାରଣ ଛୋଟ ଛୁଆଙ୍କୁ ଜ୍ଞାନର ପ୍ରତୀକ ବୋଲି କୁରାଯାଏ । ଆଜି ଖାଦ୍ୟରେ ହଳଦିଆ ଖେଚୁଡ଼ି ସାମିଲ୍ କରନ୍ତୁ ।