ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ କିରଣ କୁମାରୀ ଦାସ

ଛତ୍ରପୁର : ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ କିରଣ କୁମାରୀ ଦାସ । ସେ ଅଗସ୍ତି ନୂଆଗାଁର ସମିତି ସଭ୍ୟ ଅଛନ୍ତି । ୧୨ ଟି ଭୋଟ ପାଇ ସେ ବିଜୟୀ ହୋଇଛନ୍ତି । ବ୍ଲକ ଅଧ୍ୟକ୍ଷ ନିମନ୍ତେ ଦୁଇ ଜଣ ପ୍ରାର୍ଥୀନୀ ନାମାଙ୍କନ ଦାଖଲ କରିଥିଲେ । କିରଣଙ୍କ ପ୍ରତିଦ୍ଵନ୍ଦୀ ଭାବେ ନାମାଙ୍କନ ଦାଖଲ କରିଥିଲେ ସିନ୍ଦୁରପୁରର ସମିତିସଭ୍ୟ ସୁଜ୍ଞାନୀ ସେଠୀ । ତାଙ୍କୁ ମାତ୍ର ୬ ଖଣ୍ତ ଭୋଟ ମିଳିଛି ।
ସୂଚନା ଯେ, ଛତ୍ରପୁର ବ୍ଲକ ୧୮ଜଣ ସମିତି ସଭ୍ୟକୁ ନେଇ ଗଠିତ । ମାର୍ଚ୍ଚ ୧୨ରେ ବ୍ଲକ ଅଧ୍ୟକ୍ଷା ଇଲେକ୍ସନ ଥିବା ବେଳେ ୬ ଜଣ ସମିତି ସଭ୍ୟ କରୋନା ପଜିଟିଭ ଚିହ୍ନଟ ପରେ ତାହା ସ୍ଥଗିତ ହୋଇ ପରେ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ସେହିପରି ୧୨ଜଣ ସମିତି ସଭ୍ୟଙ୍କୁ ପୋଲିସ ବାଲୁଙ୍ଗା ସ୍ଥିତ ବରକୁଲ ଏକ ଲଜରେ ରହିଥିବା ବେଳେ ସେମାନଙ୍କୁ ପୋଲିସ ଅଟକ ରଖିଥିଲା । ପରବର୍ତ୍ତୀ ସମୟରେ ସେମାନେ ସେଠାରୁ ଉଦ୍ଧାର ହୋଇ ଛତ୍ରପୁର ବ୍ଲକକୁ ଆସି ଭୋଟ ଦେଇଥିଲେ ।