ଜାଡେଜା ବିଶ୍ୱର ଶ୍ରେଷ୍ଠ ଫିଲ୍ଡର : ଜଣ୍ଟି ରୋଡ୍ସ
![](https://thetruths.in/wp-content/uploads/2023/03/Ravindra-Jadeja-1.jpg)
ମୁମ୍ବାଇ : ଟିମ ଇଣ୍ଡିଆ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କୁ ବଡ଼ ଅଖ୍ୟା ଦେଲେ କିମ୍ବଦନ୍ତୀ କ୍ରିକେଟର ଜଣ୍ଟି ରୋଡ୍ସ । କ୍ରିକେଟର ସବୁଠାରୁ ଶ୍ରେଷ୍ଠ ଫିଲ୍ଡର କିଏ ବୋଲି ପ୍ରଶ୍ନର ଉତ୍ତରରେ ଜାଡେଜାଙ୍କ ନାଁ ନେଇଛନ୍ତି। ବର୍ତ୍ତମାନ ସମୟରେ ଜାଡେଜା ହେଉଛନ୍ତି ବିଶ୍ୱର ଶ୍ରେଷ୍ଠ ଫିଲ୍ଡର ବୋଲି ଜଣ୍ଟି କହିଛନ୍ତି।
ଜଣ୍ଟି ରୋଡ୍ସ କହିଛନ୍ତି ଯେ, “ବର୍ତ୍ତମାନ ସମୟରେ ପୂରା ବିଶ୍ୱରେ ଏକମାତ୍ର ଶ୍ରେଷ୍ଠ ଫିଲ୍ଡର ହେଉଛନ୍ତି ରବୀନ୍ଦ୍ର ଜାଡେଜା। ଆଇପିଏଲ ଆରମ୍ଭ ହେବା ପରେ ଲୋକମାନେ ଫିଲ୍ଡିଂ ଉପରେ ଫୋକସ କରିବା ଆରମ୍ଭ କରିଛନ୍ତି। ପ୍ରତିଟି ଦଳ ମଧ୍ୟ ଫିଲ୍ଡିଂକୁ ଗୁରୁତ୍ୱ ଦେଉଛନ୍ତି। ୩ରୁ ୪ ଜଣ ଭଲ ଫିଲ୍ଡର୍ସ ଅପେକ୍ଷା ଏବେ ଟିମଗୁଡ଼ିକ ଭଲ ଫିଲ୍ଡିଂ ସାଇଡ୍ ଉପରେ ଫୋକସ କରୁଛନ୍ତି। ଫିଲ୍ଡିଂ କ୍ରିକେଟର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆଇପିଏଲ ଆରମ୍ଭ ହେବା ପରେ ଫିଲ୍ଡିଂ ଶକ୍ତିଶାଳୀ ହୋଇଛି।”
ଏବେ ଜାଡେଜା ଚେନ୍ନାଇ ସୁପର କିଙ୍ଗସ ସହ ଆଇପିଏଲ ଖେଳିବାକୁ ପ୍ରସ୍ତୁତ କରୁଥିବା ବେଳେ ତାଙ୍କ ଦଳ ପ୍ରଥମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ସୂଚନା ଯେ, ରୋଡ୍ସ ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଆଖି ଖୋସି ହେଲା ଭଳି କ୍ୟାଚ୍ ଓ ଫିଲ୍ଡିଂ କରିଥିଲେ। ଦିନିକିଆରେ ସେ ୧୦୫ଟି କ୍ୟାଚ୍ ଓ ଟେଷ୍ଟରେ ୩୪ଟି କ୍ୟାଚ୍ ଧରିଥିଲେ।