ଜାତୀୟ ରାଜପଥ ୨୦ର ନିର୍ମାଣ ଓ ରକ୍ଷଣାବେକ୍ଷଣରେ ଅନିୟମିତତା : ତଦନ୍ତ କଲେ ୩ ଜଣିଆ ଆଇନଜୀବୀ ଟିମ୍
କେନ୍ଦୁଝର : ପାଣିକୋଇଲି ଠାରୁ ରିମୁଳି ଦୀର୍ଘ ୧୬୬ କିମି ଜାତୀୟ ରାଜପଥ ୨୦ ର ନିର୍ମାଣ ଓ ନିର୍ମାଣ ପରର ରକ୍ଷଣାବେକ୍ଷଣରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟ ରେ ଦାଖଲ ହୋଇଛି ରିପୋର୍ଟ । ଏହି ମାମଲାରେ କେନ୍ଦ୍ର ସରକାରଙ୍କ ସଡକ ପରିବହନ ଓ ହାଇଓ୍ବେଙ୍କୁ ପକ୍ଷଭୁକ୍ତ କରାଯାଇଛି । କେନ୍ଦୁଝରର ମିତ୍ରଭାନୁ ମହାପାତ୍ର ନାମକ ବ୍ୟକ୍ତି ନିଜ ଓକିଲଙ୍କ ଜରିଆରେ ଏହି ମାମଲା ଦାୟର କରିଥିବାବେଳେ ହାଇକୋର୍ଟ ଏହି ମାମଲାରେ ଅସମ୍ପୂର୍ଣ୍ଣ ରାସ୍ତା ଓ ନିର୍ମାଣ ସରିଥିବା ରାସ୍ତା ସମ୍ପର୍କରେ ମିଳିତ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ ।
ନିର୍ଦେଶ ମୁତାବକ ଅଭିଯୋକାରୀଙ୍କ ଆଇନଜୀବୀ, ଏନ.ଏଚ୍.ଏ.ଆଇ ଆଇନଜୀବୀ ୟୁ.ସି ମହାନ୍ତି ଓ ହାଇକୋର୍ଟର ସହକାରୀ ସରକାରୀ ଏମ୍.ଏସ୍ ସାହୁ ଓକିଲ ମିଳିତ ଭାବେ ପୁରା ରାସ୍ତାର ତଦନ୍ତ କରିବା ସହ ଫଟୋ ଉତ୍ତୋଳନ କରିଛନ୍ତି । ମିଳିତ ରିପୋର୍ଟ ପ୍ରସ୍ତୁତ ପରେ କୋର୍ଟଙ୍କ ନିକଟରେ ଦାଖଲ କରାଯିବ । ଏପରେ ଏହି ମାମଲା ବିଚାର ପ୍ରକ୍ରିୟା ଆଗକୁ ବଢିବ ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ ।