ଆଇପିଏଲ-୨୦୨୩ : ଟସ ଜିତିଲା ହାଇଦ୍ରାବାଦ, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ
ହାଇଦ୍ରାବାଦ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ଆଜି ୨୫ ତମ ମ୍ୟାଚ୍ରେ ଘରୋଇ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ । ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ମିନିଟ ସମୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନେସନାଲ ଷ୍ଟାଡ଼ିଅମରେ ଖେଳାଯିବ । ଏଥିରେ ହାଇଦ୍ରାବାଦ ଅଧିନାୟକ ଆଡେନ ମାର୍କ୍ରମ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ପ୍ରଥମେ ବ୍ୟାଟିଂ କରିବ।
ତେବେ ଏବେ ଯାଏଁ ଉଭୟ ଦଳ ୪ଟି ଲେଖାଏଁ ମ୍ୟାଚ୍ ଖେଳିସାରିଛନ୍ତି । ପ୍ରଥମ ୨ଟି ମ୍ୟାଚ୍ରେ ଉଭୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହାପରେ ଉଭୟ ଦଳ ବିଜୟଧାରାକୁ ଫେରିଛନ୍ତି । ପଏଣ୍ଟ ଟେବୁଲରେ ମୁମ୍ବାଇ ଅଷ୍ଟମ ରହିଥିବା ବେଳେ ହାଇଦ୍ରାବାଦ୍ ନବମ ସ୍ଥାନରେ ରହିଛନ୍ତି । ଯାହାଫଳରେ ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍ । ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।
ପୂର୍ବରୁ ଉଭୟ ଦଳ ପରସ୍ପରକୁ ୧୯ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୧୦ଟି ଜିତିଥିବା ବେଳେ ସନରାଇଜର୍ସ ୯ଟି ମ୍ୟାଚ୍ ଜିତିଛନ୍ତି । ଗତ ସିଜନରେ ଉଭୟ ଦଳ ମଧ୍ୟରେ ଥରେ ମାତ୍ର ଭେଟ ହୋଇଥିଲା । ସନରାଇଜର୍ସ ଉକ୍ତ ମ୍ୟାଚ୍କୁ ୩ ରନ୍ରେ ଜିତିଥିଲା ।
ସନରାଇଜର୍ସ ଦଳ : ମୟଙ୍କ ମାର୍କଣ୍ଡେ, ହ୍ୟାରୀ ବ୍ରୁକ୍, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ(ଅଧିନାୟକ), ଅଭିଷେକ ଶର୍ମା, ହେନରିକ କ୍ଲାସେନ, ୱାସିଂଟନ ସୁନ୍ଦର, ମାର୍କୋ ଜାନସେନ, ମୟଙ୍କ ମାର୍କଣ୍ଡେ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ ।
ମୁମ୍ବାଇ ଇଣ୍ଡିଆନ୍ସ ଦଳ : ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କାମେରନ ଗ୍ରୀନ, ନେହାଲ ୱଧେରା, ଟିମ ଡେଭିଡ୍, ହ୍ରିତିକ ସୋକିନ, ପିୟୂଷ ଚାୱଲା, ରିଲି ମେରେଡିଥ୍, ଡୁଆନ ଜାନସେନ/ ଜାସନ ବେହରନଡର୍ଫ ।