ଆଇପିଏଲ୍-୨୦୨୨ : ଟସ୍ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ପଞ୍ଜାବ
ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ର ୩୨ତମ ମ୍ୟାଚରେ ବୁଧବାର ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ। ଉଭୟ ଦଳ ମ୍ୟାଚ୍ ଜିତି ବିଜୟ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବେ। ଆଜିର ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବ କିଙ୍ଗ୍ସ ଦଳକୁ ଫେରିଛନ୍ତି ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ। କରୋନା ସଂକ୍ରମିତ ମିଚେଲ୍ ମାର୍ଶଙ୍କ ସ୍ଥାନରେ ଦିଲ୍ଲୀର ଚୂଡାନ୍ତ ଏକାଦଶରେ ସରଫରାଜ ଖାନଙ୍କୁ ସାମିଲ୍ କରାଯାଇଛି। ପଞ୍ଜାବ ଦଳରେ ମଧ୍ୟ ଗୋଟିଏ ପରିବର୍ତ୍ତନ କରାଯାଇଛି। ଓଡେନ ସ୍ମିଥଙ୍କ ଜାଗାରେ ନାଥନ ଏଲିସଙ୍କୁ ସୁଯୋଗ ଦିଆଯାଇଛି।
ପଞ୍ଜାବ କିଙ୍ଗ୍ସ :-
ମୟଙ୍କ ଅଗ୍ରୱାଲ (ଅଶଧିନାୟକ), ଶିଖର ଧାୱନ, ଜନି ବେୟାରଷ୍ଟୋ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା (ଓ୍ଵିକେଟ୍ କିପର), ଶାହାରୁଖ ଖାନ, କାଗିସୋ ରାବାଡା, ନାଥାନ୍ ଏଲିସ୍, ରାହୁଲ ଚହର, ବୈଭବ ଆରୋରା, ଅର୍ଶଦୀପ ସିଂ।
ଦିଲ୍ଲୀ କ୍ୟାପିଟାଲ୍ସ :-
ପୃଥ୍ଵୀ ଶ, ଡେଭିଡ ୱାର୍ଣ୍ଣର, ଋଷଭ ପନ୍ତ (ଅଧିନାୟକ /ଓ୍ଵିକେଟ୍ କିପର), ରୋଭମାନ ପାୱେଲ, ଲଲିତ ଯାଦବ, ସରଫରାଜ ଖାନ, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, କୁଲଦୀପ ଯାଦବ, ମୁସ୍ତାଫିଜୁର ରହମାନ, ଖଲିଲ ଅହମ୍ମଦ।