ଆଇପିଏଲ୍-୨୦୨୧ ଫାଇନାଲ : ଭେଙ୍କଟେଶ ଆୟରଙ୍କ ଦମଦାର ଅର୍ଦ୍ଧଶତକ
![](https://thetruths.in/wp-content/uploads/2021/10/Venkatesh-Iyer-1-1024x683.jpg)
Venkatesh Rajasekaran Iyer of Kolkata Knight Riders plays a shot during match 38 of the Vivo Indian Premier League between the Chennai Super Kings and the Kolkata Knight Riders held at the Sheikh Zayed Stadium, Abu Dhabi in the United Arab Emirates on the 26th September 2021 Photo by Faheem Hussain / Sportzpics for IPL
ଦୁବାଇ : ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍-୨୦୨୧ ଫାଇନାଲ ମ୍ୟାଚରେ କେକେଆରର ଯୁବ ବ୍ୟାଟ୍ସମ୍ୟାନ୍ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଦମଦାର ବ୍ୟାଟିଂ କରି ମାତ୍ର ୩୧ ବଲରେ ସେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହାକୁ ମିଶାଇ ଚଳିତ ଆଇପିଏଲ୍ରେ ସେ ୪ଟି ଅର୍ଦ୍ଧଶତକ ପାଳି ଖେଳି ସାରିଛନ୍ତି ।
ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରେ କୋଲକାତା ନିଜର ଦମଦାର ପ୍ରଦର୍ଶନ କରିଛି । ତେବେ ଦ୍ୱିତୀୟ ପର୍ଯ୍ୟାୟରେ କୋଲକାତା ପକ୍ଷରୁ ଓପନିଂ କରୁଥିବା ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ଭେଙ୍କଟେଶ ଚଳିତ ଆଇପିଏଲରେ ଡେବ୍ୟୁ କରିଥିଲେ । ଡେବ୍ୟୁ ମ୍ୟାଚରେ ମଧ୍ୟ ସେ ନିଜର ଦୁର୍ଦ୍ଦଶ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସୂଚନା ଯେ, ମଧ୍ୟପ୍ରଦେଶରେ ଜନ୍ମିତ ଭେଙ୍କଟେଶ ଆୟର ଘରୋଇ ମ୍ୟାଚ ଖେଳି ସାରିଛନ୍ତି । ଘରୋଇ ମ୍ୟାଚରେ ଭଲ ପ୍ରଦର୍ଶନ ଯୋଗୁଁ ସେ ଆଇପିଏଲରେ ସ୍ଥାନ ପାଇଥିଲେ । ୨୦୨୧ରେ କୋଲକାତା ତାଙ୍କୁ ୨୦ଲକ୍ଷ ଟଙ୍କାରେ କିଣିଥିବାର ଜଣାପଡିଛି ।