ବାଲେଶ୍ୱର : ବିଜେପି ଜିଲା କାର୍ଯ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
ବାଲେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟାରେ ୨୧ ଜୁନ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ସିକୃତୀ ଲାଭ କରିଛି। ସେହି କ୍ରମେରେ ଆଜି ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ଅତ୍ୟନ୍ତ ହର୍ଷୋଉଲ୍ଲାଷରେ ପାଳିତ ହୋଇଛି। ଅନୁରୂପ ଭାବେ ବାଲେଶ୍ୱର ବିଜେପି ଜିଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଯୋଗ ଶିବିରକୁ ଉଦଘାଟନ କରିଥିଲେ। ଯୋଗ ପ୍ରଶିକ୍ଷକ ଭାବେ ପୁର୍ବତ୍ତନ ଜିଲ୍ଲା ସଭାପତି ଲମ୍ବୋଧର ନାୟକ ଶିବିରରେ ଯୋଗ ପ୍ରଶିକ୍ଷଣ ଦେଇଥିଲେ। ପ୍ରାଣାୟାମ ସହିତ ସରଳିକୃତ ଯୋଗ ଶିକ୍ଷା ସହିତ ଏହାର ଉପକାରୀତା ଓ ଉପାଦେୟତା ବିଷୟରେ ବୁଝାଇଥିଲେ।
ଶିବିରରେ ପ୍ରଶିକ୍ଷାର୍ଥୀ ଭାବରେ ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାସ, ରାଯ୍ଯ କାର୍ଯ୍ଯକାରିଣୀ ସଦସ୍ୟି ଶୋଭନା ମହାନ୍ତି, ଟୀକାକରଣ ସହାୟତା କେନ୍ଦ୍ରର ଜିଲ୍ଲା ସଂଯୋଜକ ଶୁଭଙ୍କର ମହାପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଉପସଭାପତି କମଳା ବିନ୍ଧାଣି ଓ କମଲଲୋଚନ ଦାସ, ଜିଲ୍ଲା ସମ୍ପାଦକ ସସ୍ମିତା ଚାନ୍ଦ ଓ ବିଭୁପଦ ଦାସ ଓ ଆଶିଷ ଘୋଷ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ର, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ନଗର ସାଧାରଣ ସମ୍ପାଦକ ଯୋଗେନ ଚନ୍ଦ୍ର ରଣା ଓ ସନାତନ ବାରିକ୍, ନଗର ଉପସଭାପତି ସିଦ୍ଧେଷ୍ବର ବିନ୍ଧାଣି ଓ ରାଧାକୃଷ୍ଣ ଦାସ ଓ ମଣ୍ଟୁ ପେରିଓ୍ବାଲ, ନଗର କୋଷାଧ୍ୟକ୍ଷ ତରୁଣ ବର୍ଦ୍ଧନ, ନଗର ମହିଳାମୋର୍ଚ୍ଚା ନେତ୍ରୀ ଦମୟନ୍ତୀ ବାଗ୍, ନଗର ଯୁବମୋର୍ଚ୍ଚା ସଭାପତି ଦେବବ୍ରତ ମିଶ୍ର, ସୁଶାନ୍ତ ବେରା, ରଞ୍ଜିତ ପୁଷ୍ଟି, ସୁବୋଧଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ପଣ୍ଡା, ଶୋଭାକର ସାହୁ, ହୃଷିକେଶ ଶତପଥୀ, ଶ୍ରୀଧର ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।