ଇଣ୍ଟରନ୍ୟାସନାଲ ଲିଗ୍ ଟି-୨୦ ! ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ମ୍ୟାଚ ଓ କେଉଁଥିରେ ହେବ ଲାଇଭ୍ ଷ୍ଟ୍ରିମିଂ
![](https://thetruths.in/wp-content/uploads/2022/12/International-League-T-20-1024x569.jpg)
ନୂଆଦିଲ୍ଲୀ : କ୍ରିକେଟ ଫ୍ୟାନ୍ସଙ୍କ ରୋମାଞ୍ଚକୁ ଦ୍ୱି-ଗୁଣ କରିବାକୁ ଏହି ଖେଳର ଏକ ଛୋଟ ଫର୍ମାଟକୁ ସବୁଠାରୁ ରୋମାଞ୍ଚକର ଲିଗ୍ ହେବାକୁ ଯାଉଛି। ଇଣ୍ଟରନ୍ୟାସନାଲ ଲିଗ୍ ଟି-୨୦ର ଆରମ୍ଭ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି । ନୂଆ ବର୍ଷରେ ନୂଆ ଲିଗ୍ ପାଇଁ ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ଅଛନ୍ତି। ଏଥିସହ ଷ୍ଟାର ସ୍ପୋର୍ଟସ କିମ୍ବା ସୋନି ସ୍ପୋର୍ଟସର ଏହାକୁ ପ୍ରସାରଣ କରିବାର ଅଧିକାର ନାହିଁ। ଖେଳ ମୁକାବିଲା ଆପଣ ଜୀ ସିନେମାରେ ଲାଇଭ୍ ଦେଖିବାକୁ ପାଇବେ । ଏଭଳି ପରିସ୍ଥିତିରେ ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ନୂଆ ବର୍ଷରେ ଏକ ନୂଆ ପ୍ଲାଟଫର୍ମରେ ନୂଆ ଲିଗ୍ ଦେଖିବାକୁ ଆଗ୍ରହୀ ହୋଇ ରହିଛନ୍ତି।
ଏହି ଲିଗରେ ୬ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଆବୁଧାବି ନାଇଟ୍ ରାଇଡର୍ସ, ଡିଜର୍ଟ ଭାଇପର୍ସ, ଦୁବାଇ କ୍ୟାପିଟାଲ୍ସ, ଏମଆଇ ଏମିରେଟ୍ସ , ଶାରଜା ୱାରିୟର୍ସ ଏବଂ ଗଲ୍ଫ ଜିଆଣ୍ଟସ୍ ନାମକ ପାଞ୍ଚଟି ଦଳ ଅନ୍ତର୍ଭୁକ୍ତ । ଏହି ଲିଗର ସମସ୍ତ ମ୍ୟାଚ୍ ଦୁବାଇ, ଶାରଜା ଏବଂ ଆବୁଧାବିରେ ଖେଳାଯିବ। ଲିଗର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୩ ରେ ସନ୍ଧ୍ୟା ୭ଟା ୩୦ରୁ ଦୁବାଇ କ୍ୟାପିଟାଲ୍ ଏବଂ ଆବୁଧାବି ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ । ଚାରୋଟି ଦଳ ଯୋଗ୍ୟତା ପର୍ଯ୍ୟାୟରେ ପହଞ୍ଚିବେ, ଯାହା ଫେବୃଆରୀ ୮ ଏବଂ ୯ରେ ଖେଳାଯିବ। ଫେବୃଆରୀ ୧୨ରେ ଟାଇଟଲ୍ ମ୍ୟାଚ୍ ବା ଫାଇନାଲ ମ୍ୟାଚ୍ ଖେଳାଯିବ।
ସମସ୍ତ ଦଳ ଗ୍ରୁପ୍ ଲିଗରେ ୧୦ଟି ମ୍ୟାଚ୍ ଖେଳିବେ ଏବଂ ଏହି ସମୟରେ ସେମାନେ ଦୁଇଥର ପରସ୍ପରକୁ ଭେଟିବେ । ଭାରତରେ ଉପସ୍ଥିତ କ୍ରିକେଟ୍ ପ୍ରଶଂସକମାନେ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ ରୁ ଏହି ମ୍ୟାଚ୍ ଦେଖିପାରିବେ । ଏହି ମ୍ୟାଚ୍ ଗୁଡିକ ଜି ସିନେମାରେ ସିଧା ପ୍ରସାରଣ ହେବ । ଏହି ରୋମାଞ୍ଚକର ଲିଗ୍ ର ଲାଇଭ୍ ଷ୍ଟ୍ରିମିଂ ପାଇଁ ଆପଣଙ୍କୁ ନୂତନ ପ୍ଲାଟଫର୍ମକୁ ମଧ୍ୟ ଯିବାକୁ ପଡିବ । ଇଣ୍ଟରନ୍ୟାସନାଲ ଲିଗ୍ ଟି-୨୦ର ସମସ୍ତ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଜୀ୫ ଆପରେ ଉପଲବ୍ଧ ହେବ।