ଭାରତୀୟ ଯୋଗ ସଂସ୍ଥାନ
ନୟାପଲ୍ଲୀ : ଯୋଗ ଜିଲ୍ଲା ତରଫରୁ ଆଇ ଆର୍ ସି ଭିଲେଜ ସ୍ଥିତ ଏନ୍-୩ ଯୁଧିଷ୍ଟିର ପାର୍କ ମଧ୍ୟରେ ଯୋଗ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ସଂସ୍ଥାନର ଓଡ଼ିଶା ପ୍ରାନ୍ତ ମୁଖ୍ୟ ସୁରେଶ କୁମାର ମହାପାତ୍ର ସଭାପତିତ୍ବ କରି ଭାରତୀୟ ଯୋଗ ସଂସ୍ଥାନ ଦ୍ଵାରା ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ନିଃଶୁଳ୍କ ସେବା ବିଷୟରେ ଆଲୋକପାତ କରିଥିଲେ। ନୟାପଲ୍ଲୀ ଯୋଗ ଜିଲ୍ଲା ଉପଦେଷ୍ଟା ପ୍ରଦୀପ୍ତ କୁମାର ମହାନ୍ତି, ଜିଲ୍ଲା ପ୍ରଧାନ ରାମ କିଶୋର ଶର୍ମା, ଜିଲ୍ଲା ମନ୍ତ୍ରୀ ସୁରେଶ ଚନ୍ଦ୍ର ନାୟକ,ଜିଲ୍ଲା ସଂଗଠନ ମନ୍ତ୍ରୀ ଇଁ. ଜ୍ୟୋତିର୍ମୟ ରଥ ମଞ୍ଚାସୀନ ହୋଇ ନିୟମିତ ଯୋଗାଭ୍ୟାସ ର ଉପକାରିତା ଗୁଡ଼ିକୁ ବର୍ଣ୍ଣନା କରିଥିଲେ। ବିଭିନ୍ନ ଯୋଗ କେନ୍ଦ୍ରରୁ ଶତାଧିକ ସାଧକ ସାଧିକା ମାନେ ଅନେକ ପ୍ରକାରର ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କରିଥିଲେ। ଇତ୍ୟବସରରେ ସାତ୍ୱିକ ସୋଲ୍ ଗ୍ରୁପ ର ସଦସ୍ୟା ଶୁଭ୍ରସିମା ମହାନ୍ତିଙ୍କ ତତ୍ତ୍ଵାବଧାନରେ ଯୋଗ ସଂସ୍ଥାନ ର ମୁଖ୍ୟ ସୁରେଶ ମହାପାତ୍ର ଙ୍କ କରକମଳରେ ଏକ ସିଡ୍ ବ୍ୟାଙ୍କ ର ଶୁଭ ଉଦ୍ଘାଟନ କରାଯାଇଥିଲା ଏବଂ ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ପ୍ରକାରର ମଞ୍ଜି ସଂଗ୍ରହ କରି ଏହି ସିଡ୍ ବ୍ୟାଙ୍କ ମାଧ୍ୟମରେ ଅଧିକରୁ ଅଧିକ ସବୁଜିମା ତଥା ଜଙ୍ଗଲ ସୃଷ୍ଟି କରିବା ପାଇଁ ସାତ୍ୱିକ ସୋଲ ଗୃପ ତରଫରୁ ଶୁଭ୍ରସିମା ମହାନ୍ତି ଉପସ୍ଥିତ ସାଧକ ସାଧିକା ତଥା ଜନସାଧାରଣ ଙ୍କୁ ଅବଗତ କରାଇ ଥିଲେ। ଶେଷରେ ସାମୁହିକ ପ୍ରାର୍ଥନା ଓ ଶାନ୍ତି ପାଠ ସହିତ ଯୋଗ ଉତ୍ସବକୁ ପରିସମାପ୍ତି କରାଯାଇଥିଲା।