ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତଙ୍କ ବଦଳରେ ଏହି ଖେଳାଳି ହେବେ ଅଧିନାୟକ
ନୂଆଦିଲ୍ଲୀ : ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ବର୍ଡର-ଗାଭାସ୍କର ଟ୍ରଫି ଭାରତରେ ରହିବା ନିଶ୍ଚିତ ହୋଇଛି । ଏହି ସିରିଜରେ ଆହୁରି ଦୁଇଟି ଟେଷ୍ଟ ମ୍ୟାଚ ଏବେ ମଧ୍ୟ ବାକି ଅଛି, ଏହା ପରେ ତିନୋଟି ଦିନିକିଆର ଏକ ସିରିଜ୍ ମଧ୍ୟ ଖେଳାଯିବ । ବର୍ତ୍ତମାନ ବିସିସିଆଇ ଏହି ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କରିଛି । ୧୭ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଏହି ସିରିଜରେ କୌଣସି ବଡ଼ ପରିବର୍ତ୍ତନ କରାଯାଇନାହିଁ, କିନ୍ତୁ ପ୍ରଥମ ଥର ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକ ଭାର ସମ୍ଭାଳୁଥିବାର ନଜର ଆସିବେ, କାରଣ ବ୍ୟକ୍ତିଗତ କାରଣରୁ ପ୍ରଥମ ମ୍ୟାଚ୍ ପାଇଁ ଅଧିନାୟକ ରୋହିତ ଶର୍ମା ଉପଲବ୍ଧ ହେବେ ନାହିଁ ।
ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଇସ୍ତଫା ପରେ ପ୍ରଥମ ଥର ପାଇଁ ବିସିସିଆଇର ବରିଷ୍ଠ ଚୟନ କମିଟି କୌଣସି ମୁଖ୍ୟ ଚୟନକର୍ତ୍ତା ବିନା ପ୍ରଥମ ଥର ପାଇଁ ଦଳ ଚୟନ କରିଛି । ବୋର୍ଡର-ଗାଭାସ୍କର ଟ୍ରଫିର ଅବଶିଷ୍ଟ ଦୁଇଟି ଟେଷ୍ଟ ପାଇଁ ଚୟନ କମିଟି ମଧ୍ୟ ଦଳ ଘୋଷଣା କରିଛି । ପ୍ରଥମ ଦୁଇଟି ଟେଷ୍ଟ ପାଇଁ ମନୋନୀତ ଦଳ କେବଳ ଏଠାରେ ରଖାଯାଇଛି । ତେବେ ଦିନିକିଆରେ ସିରିଜରେ ଏଥର କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।
୧୭ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଏହି ଦିନିକିଆ ସିରିଜରେ କିଛି ବଡ ଖେଳାଳି ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଥିରେ ସବୁଠାରୁ ବିଶେଷ ନାମ ହେଉଛି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ଯିଏ ଆହତ କାରଣରୁ ଦୀର୍ଘ ସମୟ ଧରି ଦଳରୁ ବାହାରେ ଥିଲେ । ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ଫେରି ଉଭୟ ଟେଷ୍ଟରେ ବ୍ୟାଟ୍ ଓ ବଲ୍ ସହିତ ନିଜର ଚମତ୍କାର ପ୍ରଦର୍ଶନ କରିଛନ୍ତି । ଜାଡେଜାଙ୍କ ପ୍ରତ୍ୟାବର୍ତ୍ତନ ସହିତ ଟିମ୍ ଇଣ୍ଡିଆ ଅଧିକ ଶକ୍ତି ପାଇବ ।
ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ :
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ଜୟଦେବ ଉନାଦକତ । (ପାରିବାରିକ ପ୍ରତିଶ୍ରୁତି କାରଣରୁ ରୋହିତ ଶର୍ମା ପ୍ରଥମ ଦିନିକିଆରେ ଉପଲବ୍ଧ ହେବେ ନାହିଁ ଓ ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ)