ପ୍ରଥମ ଥର ଘରେ ହାରିଲା ଭାରତ, ଇତିହାସ ରଚିଲେ ଶୁବମନ ଓ ସାମସନ
![](https://thetruths.in/wp-content/uploads/2022/10/India-vs-SouthAfrica-1024x569.jpg)
ଲକ୍ଷ୍ନୌ : ନିଜାମ ସହରରେ ହାରିଲା ଟିମ ଇଣ୍ଡିଆ। ପ୍ରଥମ ଦିନିକିଆରେ ଭାରତକୁ ଦକ୍ଷିଣ ଆଫ୍ରିକା ୯ ରନରେ ପରାସ୍ତ କରିଛି। ସଞ୍ଜୁ ସାମସନ ଭାରତ ପାଇଁ ୬୩ ବଲରୁ ଅପରାଜିତ ୮୬ ରନ କରିଥିଲେ, ଏହା ସତ୍ତ୍ୱେ ଭାରତୀୟ ଦଳ ୪୦ ଓଭରରେ ୮ ୱିକେଟ ପାଇଁ ମାତ୍ର ୨୪୦ ରନ ସ୍କୋର କରିଥିଲା। ଦକ୍ଷିଣ ଆଫ୍ରିକାର ୨୪୯ ରନର ଜବାବରେ ବ୍ୟାଟିଂ କରିବାକୁ ବାହାରିଥିବା ଭାରତୀୟ ଦଳର ପ୍ରଦର୍ଶନ ଆରମ୍ଭ ବହୁତ ଖରାପ ଥିଲା। ଓପନର ଶିଖର ଧାୱନ ଏବଂ ଶୁଭମାନ ଗିଲ ମଧ୍ୟ ବିଫଳ ହୋଇଛନ୍ତି।
ଗୁରୁବାର ବର୍ଷା ପାଇଁ ଲକ୍ଷ୍ନୌରେ ଖେଳାଯାଇଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ବିଳମ୍ବରେ ଆରମ୍ଭ ହୋଇଥିଲା। ଫଳରେ ୫୦ ପରିବର୍ତ୍ତେ ୪୦ ଓଭର ମ୍ୟାଚ କରାଯାଇଥିଲା। ପ୍ରଥମ ଟସ୍ ହରାଇବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଦଳ ୪୦ ଓଭରରେ ୪ ୱିକେଟ୍ ହରାଇ ୨୪୯ ରନ୍ ସଂଗ୍ରହ କରିଥିଲା। ପ୍ରଥମ ମ୍ୟାଚ୍ ଜିତିବା ପାଇଁ ଭାରତୀୟ ଦଳ ଆଗରେ ୧୫୦ ରନର ଟାର୍ଗେଟ ଥିଲା। ଦକ୍ଷିଣ ଆଫ୍ରିକାର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଡେଭିଡ ମିଲର ଏବଂ ହେନେରୀ କ୍ଲାସେନ୍ ଚମତ୍କାର ଇନିଂସ ଖେଳିଥିଲେ। ମିଲର ୬୩ ବଲରେ ୭୫ ରନ କରିଥିଲେ। ଏଥି ସହିତ ହେନେରୀ ୬୫ ବଲରେ ୭୫ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ କ୍ୱିଣ୍ଟନ୍ ଡି କକ୍ ୫୪ ବଲରେ ୪୮ ରନ୍ ଏବଂ ମାଲାନ ୪୨ ବଲରେ ୨୨ ରନ ସ୍କୋର କରିଥିଲେ।
ଦକ୍ଷିଣ ଆଫ୍ରିକାର ୨୪୯ ରନ ଚେଜିଂ କରୁଥିବା ଭାରତୀୟ ଦଳର ଓପନିଂ ବହୁତ ଖରାପ ଥିଲା। ଶିଖର ଧାୱନ ଏବଂ ଶୁଭମାନ ଗିଲ ପାଭିଲିୟନ ଫେରିଥିଲେ। ଏହା ବ୍ୟତୀତ ଇଶାନ କିଶନ ଏବଂ ଋତୁରାଜ ଗାଇକୱାଡ ମଧ୍ୟ କିଛି ବିଶେଷ କରିପାରିନଥିଲେ। ଶ୍ରେୟାସ ଆୟର ଏବଂ ସଞ୍ଜୁ ସାମସନ ଚମତ୍କାର ଇନିଂସ ଖେଳିଥିଲେ ମଧ୍ୟ ଭାରତୀୟ ଦଳ ଜିତିପାରିନଥିଲେ। ଶ୍ରେୟସ୍ ଆୟର ୩୭ ବଲରେ ୫୦ ରନ୍ ସଂଗ୍ରହ କରିଥିଲେ। ଆଉ ଇଶାନ କିଶନ ୩୭ ଟି ବଲରେ ୨୦ ରନ, ସାର୍ଦ୍ଦୁଲ ଠାକୁର ୩୧ ବଲରେ ୩୩ ରନ କରିଥିବାବେଳେ ଋତୁରାଜ ୪୨ ବଲରୁ ମାତ୍ର ୧୯ ରନ ସଂଗ୍ରହ କରିଥିଲେ। ଏପରି ଭାବେ ନିର୍ଦ୍ଧାରିତ ୪୦ ଓଭରରେ ଘରୋଇ ଦଳ ୮ ୱିକେଟ ହରାଇ ୨୪୦ ରନ କରିଥିଲା। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୧-୦ରେ ଆଗୁଆ ହେଇଯାଇଛି।
ସେପଟେ କିନ୍ତୁ ସଞ୍ଜୁ ସାମସନ ଓ ଶୁବମନ ଗିଲ ଦୁଇଟି ଇତିହାସ ରଚିଛନ୍ତି। ସଞ୍ଜୁ ତାଙ୍କ ଦିନିକିଆ କ୍ୟାରିୟରରେ ସର୍ବାଧିକ ସ୍କୋର କରିଛନ୍ତି। ସେ ୬୩ ବଲରୁ ଅପରାଜିତ ୮୬ ରନ କରିବାରେ ସଫଳ ହୋଇଛନ୍ତି। ୨୭ ବର୍ଷିୟ ଭାରତୀୟ ବ୍ୟାଟର ଗତ ଜୁଲାଇରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ସର୍ବାଧିକ ୫୧ ବଲରେ ୫୪ ରନ କରିଥିଲେ। ସେ ଏହା ପୂର୍ବରୁ ଚାରି ଥର ୪୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି। ଏହା ବ୍ୟତୀତ ଶୁବମାନ ଗିଲ ଦିନିକିଆରେ ଦ୍ରୁତ ୫୦୦ ରନ କରିବାରେ ପ୍ରଥମ ଭାରତୀୟ ପାଲଟିଛନ୍ତି। ସେ ୧୦ଟି ଇନିଂସରେ ଏହି ମାଇଲଷ୍ଟୋନ ହାସଲ କରିଛନ୍ତି। ଶୁବମନଙ୍କ ପୂର୍ବରୁ ନବଜୋତ ସିଂହ ସୁଦ୍ଧୁ ୧୧ଟି ଇନିଂସରେ ୫୦୦ ବେଞ୍ଜମାର୍କ ଅତିକ୍ରମ କରିଥିଲେ।
ତିନି ମ୍ୟାଚ ବିଶିଷ୍ଟ ଦିନିକିଆର ସିରିଜର ପ୍ରଥମ ମ୍ୟାଚ ଭାରତ ହାରିଛି। ଘରୋଇ ଗ୍ରାଉଣ୍ଡରେ ହାରିବା ପରେ ଭାରତୀୟ ଦଳର ଅଧିନାୟକ ଶିଖର ଧୱନ କହିଛନ୍ତି, “ଏହି ମ୍ୟାଚ ବହୁତ ଚମତ୍କାର ଥିଲା। ଦଳ ଯେପରି ଖେଳିଲା ସେଥିପାଇଁ ବହୁତ ଗର୍ବିତ। ଆମେ ଭଲ ଓପନିଂ କରି ନାହୁଁ। କିନ୍ତୁ ଶ୍ରେୟସ୍ ଆୟର, ସାମସନ୍ ଏବଂ ଶାର୍ଦ୍ଦୁଲ ଚମତ୍କାର ବ୍ୟାଟିଂ କରିଥିଲେ। ଏହି ୱିକେଟରେ ଆମେ ଅନେକ ରନ୍ କରିଥିଲୁ। ଆମର ଫିଲ୍ଡିଂ ମଧ୍ୟ ଆଭରେଜ୍ ଥିଲା। କିନ୍ତୁ ଏହା ଆମ ପାଇଁ ଏକ ଭଲ ଶିକ୍ଷା ହେବ।”