ଆଜି ଭାରତ-ଆୟର୍ଲାଣ୍ଡ ୨ୟ ଟି-୨୦, ସିରିଜ୍ କବ୍ଜା ଲକ୍ଷ୍ୟରେ ବୁମ୍ରାହ ବାହିନୀ
![](https://thetruths.in/wp-content/uploads/2023/08/Team-India.webp)
ମୁମ୍ବାଇ : ଭାରତ-ଆୟର୍ଲାଣ୍ଡ ଟି-୨୦ ସିରିଜର ଆଜି ଖେଳାଯିବ ଦ୍ବିତୀୟ ମ୍ୟାଚ । ପ୍ରଥମ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି । ଫଳରେ ଆଜିର ମ୍ୟାଚ୍ ଜିତି ସିରିଜ୍ କବ୍ଜା ଲକ୍ଷ୍ୟରେ ରହିଛି ବୁମ୍ରାହ ବାହିନୀ ।
ତେବେ ଶୁକ୍ରବାର ରାତିରେ ବର୍ଷା ବାଧାପ୍ରାପ୍ତ ପ୍ରଥମ ମ୍ୟାଚ୍ କୁ ମାତ୍ର ୨ ରନ୍ ରେ ଜିତି ଯଶପ୍ରୀତ ବୁମରାଙ୍କ ଦଳ ୧-୦ରେ ଆଗୁଆ ରହିଛି। ୧୧ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍ କୁ ଆସିଥିବା ବୁମରା ପ୍ରଥମ ଓଭରରେ ୨ ୱିକେଟ୍ ନେଇ ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳର ମନୋବଳ ମଧ୍ୟ ଉଚ୍ଚରେ ରହିଛି। ଭାରତୀୟ ବ୍ୟାଟର୍ ମାନେ କିନ୍ତୁ ଆଜି ମ୍ୟାଚ୍ ରେ ପାଗର ପ୍ରତିବଂଧକ ନଆସୁ ବୋଲି ଆଶା କରିବେ। କାରଣ ଯୁବ ଖେଳାଳିମାନେ ସେମାନଙ୍କ ଅନ୍ତର୍ଜାତୀୟ ଜୀବନ ଆରମ୍ଭ କରିଥିବାରୁ ପର୍ଯ୍ୟାପ୍ତ ସୁଯୋଗ ପାଇବା ଆଶା ରଖିଛନ୍ତି।
ତେବେ ଭାରତୀୟ ବ୍ୟାଟର୍ ମାନେ କିନ୍ତୁ ରବିବାର ମ୍ୟାଚ୍ରେ ପାଗର ପ୍ରତିବଂଧକ ନ ଆସୁ ବୋଲି ଆଶା କରିବେ। କାରଣ ଯୁବ ଖେଳାଳିମାନେ ସେମାନଙ୍କ ଅନ୍ତର୍ଜାତୀୟ ଜୀବନ ଆରମ୍ଭ କରିଥିବାରୁ ପର୍ଯ୍ୟାପ୍ତ ସୁଯୋଗ ପାଇବା ଆଶା ରଖିଛନ୍ତି। ରାବିବାର ଭାରତ କେବଳ ୬.୫ ଓଭର ବ୍ୟାଟିଂ କରିପାରିଥିଲା। ଭାରତ ପାଇଁ କେବଳ ବୁମ୍ରାଙ୍କ ସଫଳ ପ୍ରତ୍ୟାବର୍ତନ ନୁହେଁ ପ୍ରସିଦ୍ଧ କୃଷ୍ଣଙ୍କ ଲେଉଟାଣୀ ଓ ଟ୍ବେଣ୍ଟି-୨୦ ପଦାର୍ପଣ ମଧ୍ୟ ଚମତ୍କାର ରହିଛି। ଉଭୟ ଆହତ କାରଣରୁ ଜାତୀୟ ଦାୟିତ୍ବରୁ ଢେର ଦିନ ଦୂରେଇ ରହିଥିଲେ। ବୁମରାଙ୍କ ଭଳି ପ୍ରସିଦ୍ଧ ମଧ୍ୟ ପ୍ରତ୍ୟାବର୍ତନ ମ୍ୟାଚ୍ରେ ୨ ୱିକେଟ୍ ନେଇଛନ୍ତି। ଏହା ଭାରତ ପାଇଁ ଗୋଟିଏ ଭଲ ଖବର ଏଇଥି ପାଇଁ ଯେ ଚଳିତ ବର୍ଷର ଦିନିକିଆ ବିଶ୍ବକପ୍ ପୂର୍ବରୁ ଉଭୟଙ୍କ ଫିଟନେସ୍ ଅତ୍ୟନ୍ତ ଜରୁରୀ ରହିଛି। ବ୍ୟାଟିଂରେ ସୂର୍ଯ୍ୟକୁମାର ଯାଦବ, ରୋହିତ ଶର୍ମା, ବିରାଟ କୋହଲି, ଶୁବମନ ଗିଲ୍, ହାର୍ଦିକ ପାଣ୍ଡ୍ୟାଙ୍କ ବିନା ଯୁବ ଖେଳାଳିମାନେ କିଭଳି କରୁଛନ୍ତି ଏହି ଶୃଙ୍ଖଳା ମଧ୍ୟ ପ୍ରମାଣିତ କରିବ। ରବିବାର ଦ୍ବିତୀୟ ମ୍ୟାଚ୍ ପରେ ବୁଧବାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଖେଳାଯିବ।
ଭାରତୀୟ ସମ୍ଭାବ୍ୟ ଦଳ : ଯଶପ୍ରୀତ ବୁମରା (ଅଧିନାୟକ), ଋତୁରାଜ ଗାଏକୱାଡ୍, ଯଶସ୍ୱୀ ଜୈସ୍ୱାଲ୍, ତିଳକ ବର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମସନ, ଜିତେଶ ଶର୍ମା, ଶିବମ ଦୁବେ, ୱାସିଂଟନ ସୁନ୍ଦର, ସାହବାଜ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର, ଅଭେଶ ଖାନ ।
ଆୟର୍ଲାଣ୍ଡ ସମ୍ଭାବ୍ୟ ଦଳ : ପଲ୍ ଷ୍ଟର୍ଲିଂ (ଅଧିନାୟକ), ଆଣ୍ଡ୍ର୍ୟୁ ବାଲବରିନ, ମାର୍କ ଆଡେୟାର, ରସ ଆଡେୟାର, କର୍ଟିସ କାମ୍ଫର, ଗ୍ୟାରେଥ ଡେଲାନି, ଜର୍ଜ ଡକରେଲ, ଫିଓନ ହ୍ୟାଣ୍ଡ, ଜୋସ ଲିଟିଲ, ବ୍ୟାରୀ ମ୍ୟାକକାର୍ଥି, ହ୍ୟାରୀ ଟେକ୍ଟର, ଲୋର୍କାନ ଟକର, ଥିଓ ଭାନ ୱରକୋମ, ବେନ ହ୍ୱାଇଟ୍, କ୍ରେଗ ୟଙ୍ଗ ।