ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିବା ଘଟଣା, ବଦଳିଲେ ଆନନ୍ଦପୁର ଥାନା ଏଏସ୍ଆଇ ଓ ଦୁଇ କନେଷ୍ଟବଳ
ଆନନ୍ଦପୁର : ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିବା ଘଟଣାରେ ୩ ଜଣଙ୍କୁ ବଦଳି । ବଦଳିଲେ ଜଣେ ଏଏସ୍ଆଇ ଓ ଦୁଇ ଜଣ କନେଷ୍ଟବଳ। ଆନନ୍ଦପୁର ଥାନାରୁ ଅନ୍ୟତ୍ର ବଦଳି କରିଛନ୍ତି କେନ୍ଦୁଝର ଏସ୍ପି।
ସୂଚନା ଯେ, ମୋବାଇଲ ଓ ଦୋକାନରୁ ଡକାୟତି ଅଭିଯୋଗରେ ଆନନ୍ଦପୁର ଥାନା ଫକୀରପୁର ଗାଁର ଅମର ସାହୁଙ୍କୁ ହଦଗଦ ଅଞ୍ଚଳରୁ ଗିରଫ କରିଥିଲା ଆନନ୍ଦପୁର ପୋଲିସ । ତେବେ ଥାନା ହାଜତରୁ କୌଶଳ କ୍ରମେ ଅମର ଚମ୍ପଟ ମାରିଥିବା ବେଳେ ଖୋଜାଖୋଜି କରି ତାଙ୍କୁ ଫକିରପୁର ବୈତରଣୀ ଘାଟରୁ ଧରିଥିଲା ପୋଲିସ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦାୟିତ୍ୱରେ ଥିବା ଏଏସ୍ଆଇ ଅନୁପ ଲୁବୁନ ଓ ଦୁଇ ଜଣ କନେଷ୍ଟବଳ ମିନାକ୍ଷୀ ମଲ୍ଲିକ ଓ ବ୍ରଜକିଶୋର ନାୟକଙ୍କୁ ବଦଳି କରାଯାଇଛି।