ଗତ ୨୪ ଘଂଟାରେ ନୁଆପଡା ପୋଲିସ ଦ୍ୱାରା ୧୭ ହଜାରରୁ ଅଧିକ ଟଙ୍କା ଜୋରିମାନା ଆଦାୟ
ନୁଆପଡା : ଗତ ୨୪ ଘଂଟା ମଧ୍ୟରେ ନୁଆପଡା ଜିଲ୍ଲା ପୋଲିସ , ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ଜିଲ୍ଲା ପୋଲିସ ସମୁଦାୟ ୧୭ ହଜାର ଟଙ୍କା ଜୋରିମାନା ଆଦାୟ କରିଛି । ଏହା ସହିତ ଗାଡି ଚେକିଂ ବେଳେ ୩ଜଣ ଲୋକର ଡ୍ରାଇଭିଂ ଲାଇସେନ୍ସ କ୍ୟାନସେଲ କରାଯାଇଅଛି । ମଦ ପାନ କରି ଗାଡି ଚଲାଉଥିବା ଅପରାଧରେ କୌଣସି ଲୋକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହଁ ି ବୋଲି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି । ଜିଲ୍ଲାରୁ ମଟର ଭେଇକିଲ ନିୟମ ଉଲଙ୍ଗନ ଅପରାଧରେ ୧୭ ଜଣଙ୍କଠାରୁ ଫାଇନ ଆଦାୟ କରାଯିବାସହ ୧୭ ହଜାର ଟଙ୍କା ଆଦାୟ କରା ଯାଇଛିବୋଲି ଏ ସଂପର୍କରେ ନୁଆପଡା ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି ।