ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର
ନୂଆପଡ଼ା : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବିରୁନପଦର ଗାଁର ସୁରେନ୍ଦ୍ର ପଟେଲ (୨୩) ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରତର ହୋଇଛନ୍ତି ।ମିଳିଥିବା ସୂଚନା ଅନୁସାରେ, ସୁରେନ୍ଦ୍ର ପଟେଲ ନାମକ ଯୁବକ ବାହାଘରରେ ଲାଗିଥିବା ଟେଂଟ ଖୋଲୁଥିବା ବେଳେ ଅସାବଧାନତା ଯୋଗୁଁ ଟେଂଟ ଉପରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରତର ହୋଇଥିଲେ । ପରିବାର ଲୋକେ ସୁରେନ୍ଦ୍ରଙ୍କୁ ଚିକିତ୍ସା ନିମନ୍ତେ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି ।