ଭାରତକୁ ସମସ୍ତ ଯାତ୍ରା ଠାରୁ ଦୂରେଇ ରହିବା ଉଚିତ୍ : ସିଡିସି
ଓ୍ୱାସିଂଟନ : କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ନାଗରିକଙ୍କୁ ସତର୍କ କଲା ସିଡିସି । ଯାତ୍ରୀମାନେ ଭାରତକୁ ସମସ୍ତ ଯାତ୍ରା ଠାରୁ ଦୂରେଇ ରହିବା ଉଚିତ୍ । ଏପରିକି ସମ୍ପୂର୍ଣ୍ଣ ଟିକାକୃତ ଯାତ୍ରୀମାନେ ବିଭିନ୍ନ ପ୍ରକାର ପାଇବା ଏବଂ ବିସ୍ତାର ପାଇଁ ବିପଦରେ ଥାଇପାରନ୍ତି ଏବଂ ଭାରତକୁ ସମସ୍ତ ଯାତ୍ରା ଠାରୁ ଦୂରେଇ ରହିବା ଉଚିତ୍ । ଯଦି ତୁମକୁ ଭାରତ ଭ୍ରମଣ କରିବାକୁ ପଡିବ, ଯାତ୍ରା ପୂର୍ବରୁ ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ପରାମର୍ଶ ଦେଇଛନ୍ତି ।
Amid a surge in COVID cases (in India), travellers should avoid all travel to India. Even fully vaccinated travellers may be at risk for getting & spreading variants and should avoid all travel to India. If you must travel to India, get fully vaccinated before travel: CDC, USA pic.twitter.com/VrLK4hpZRA
— ANI (@ANI) April 20, 2021
ଭାରତର ମାରାତ୍ମକ ଭାଇରସ ଲାଗି ଦିନକୁ ଦିନ ଭାରତରେ ସ୍ଥିତି ଅସହ୍ୟ ହେବାରେ ଲାଗିଛି । ଦେଶରେ ୨ୟ ଲହର ହେତୁ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି। ଗତକାଲି ଭାରତରେ ରେକର୍ଡ ସଂଖ୍ୟକ ନୂଆ କେସ୍ ସାମ୍ନାକୁ ଆସିଥିଲା । ଯାହାକି ଏଯାବତ୍ ସବୁଠାରୁ ଅଧକ । ବର୍ତ୍ତମାନ ଦେଶରେ ଦେଢକୋଟିରୁ ଅଧିକ ଲୋକ ସଂକ୍ରମଣର ଶିକାର ହେଲେଣି । ଏସବୁ ଦୃଷ୍ଟିରେ ରଖି ଆମେରିକା ଭଳି ଶକ୍ତିଶାଳି ରାଷ୍ଟ୍ର ଓ ବ୍ରିଟେନ୍ ନିଜ ଦେଶରେ ରହୁଥିବା ଭାରତୀୟ ନାଗରିକଙ୍କ ପ୍ରତି କଠୋର ହୋଇଛନ୍ତି । ସେମାନେ ପରାମର୍ଶ ଦେଇଛନ୍ତି ଯଦି ଜରୁରୀ ନାହିଁ ତେବେ ଦେଶ ଛାଡନ୍ତୁ ନାହିଁ । ଟିକା ନେବା ପରେ ବି ଗସ୍ତ କରନ୍ତୁ ନାହିଁ। ସେପଟେ ବ୍ରିଟେନରେ ମଧ୍ୟ ଭାରତୀୟଙ୍କୁ ରେଡ୍ ତାଲିକାରେ ରଖାଯାଇଛି । ଏହାସହ ବିଦେଶ ଫେରାନ୍ତାକୁ ୧୦ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।